୭୦ ଟିକିଆ ଝାଡ଼ଖଣ୍ଡ ହାତୀ ପଲର ଉପଦ୍ରବ; ଲୋକେ ଭୟଭୀତ

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ବାଲେଶ୍ବର ଜିଲ୍ଲା ଜଳେଶ୍ଵର ବ୍ଲକ ରାଇବଣିଆ ଅଞ୍ଚଳରେ ୭୦ ଟିକିଆ ଝାଡ଼ଖଣ୍ଡ ହାତୀ ପଲର ଉପଦ୍ରବ, ଲୋକେ ଭୟଭୀତ | ସୁଚନା ଅନୁଯାୟୀ ଗତ ଗୁରୁବାର ରାତିରେ ରାଇବଣିଆର ଲୁହାପଡା ଜଙ୍ଗଲରୁ ୫୫ ଟି ହାତୀ ନିକଟସ୍ଥ କେନ୍ଦୁ ଖୁଣ୍ଟା ଗ୍ରାମ ସହିତ ଆଖପାଖ ଗ୍ରାମର ଚାଷ ଜମିରେ ପଶି ଫସଲ ନଷ୍ଟ କରିଛନ୍ତି |

ଖବର ପାଇ ବନ ବିଭାଗର କର୍ମଚାରୀମାନେ ପହଞ୍ଚି ହାତୀ ମାନଙ୍କୁ ପଶ୍ଚିମବଙ୍ଗ ଆଡ଼କୁ ଘଉଡାଇଛନ୍ତି | ତେବେ କିଛି ମାସ ହେବ ଝାଡ଼ଖଣ୍ଡ ଏବଂ ଶିମିଳିପାଳ ଅଞ୍ଚଳରୁ ପାଖାପାଖି ୭୦ ଟି ହାତୀ ରାଇବଣିଆ ଏବଂ ପଶ୍ଚିମବଙ୍ଗ ସୀମାନ୍ତ ଅଞ୍ଚଳରେ ଡେରା ପକାଇଛନ୍ତି |

ହାତୀ ମାନେ ଦିନ ତମାମ ଜଙ୍ଗଲରେ ରହୁଥିବା ବେଳେ ରାତିରେ ଜଙ୍ଗଲରୁ ବାହାରି ଗାଁରେ ପଶି ଉପଦ୍ରବ କରୁଛନ୍ତି | ଅନେକ ସମୟରେ ଲୋକଙ୍କୁ ଆକ୍ରମଣ କରି ଜୀବନ ନେଉଛନ୍ତି | ଏହା ଘର ଭାଙ୍ଗିବା ସହିତ ବାଡି ବଗିଚା ଏବଂ ଚାଷ ଜମିରେ ପଶି ଫସଲ ନଷ୍ଟ କରୁଥିବା ଅଭିଯୋଗ ହେଉଛି ।

Comments are closed.