ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଶିକ୍ଷକ ବଦଳି ପ୍ରତିବାଦରେ ଧାରଣା | ଶିକ୍ଷକ ବଦଳି ପ୍ରତିବାଦ ରେ ଖରା ରେ ବିଦ୍ୟାଳୟ ଫାଟକ ସମ୍ମୁଖରେ ଧାରଣା ରେ ବସିଲେ ଅଭିଭାବକ ଛାତ୍ରଛାତ୍ରୀ। ଶିକ୍ଷାଦାନ ବାଧାପ୍ରାପ୍ତ l ବାଲେଶ୍ୱର ଜିଲ୍ଲା ସିମୁଳିଆ ବ୍ଲକ କାଞ୍ଚପଡା ପଂଚାୟତ ବେଗୁନିଆ ଗ୍ରାମ ରେ ଶ୍ରୀଧର ସରକାରୀ ପ୍ରାଥମିକ ବିଦ୍ୟାଳୟରେ ପ୍ରଥମ ରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଥିବାବେଳେ ପ୍ରଧାନ ଶିକ୍ଷକ କୁ ଲଗାଇ ଦୁଇ ଜଣ ମାତ୍ର ଶିକ୍ଷୟତ୍ରୀ ଅଛନ୍ତି l
ଯାହାକୁ ନେଇ ଅଭିଭାବକଙ୍କ ମଧ୍ୟ ରେ ତୀବ୍ର ଅସନ୍ତୋଷ ଦେଖିବାକୁ ମିଳିଛି l ଗତ ୮ ତାରିଖ ରେ ବିଜ୍ଞାନ ଶିକ୍ଷକ ନିତ୍ୟାନନ୍ଦ ଦଳେଇଙ୍କ ଅଚାନକ ବଦଳି କୁ ନେଇ ଅଭିଭାବକ ମାନେ ତାର ପ୍ରତିବାଦ ଜଣାଇ ଆଜି ବିଦ୍ୟାଳୟ ଫାଟକ ସମ୍ମୁଖରେ ତାଲା ପକାଇ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ଧାରଣା ବସିଥିଲେ l
ଏଥିରେ ଛାତ୍ରଛାତ୍ରୀ ମଧ୍ୟ ସାମିଲ ଥିବା ଦେଖାଯାଇଛି। l ବିଦ୍ୟାଳୟ କୁ ଆସିଥିବା ଶିକ୍ଷକ ଶିକ୍ଷୟତ୍ରୀ ବିଦ୍ୟାଳୟ ଭିତର କୁ ଯାଇ ନପାରି ଫାଟକ ନିକଟରେ ବସିଥିବା ର ଦେଖିବାକୁ ମିଳିଛି l ଆଉ କିଛି ମାସ ପରେ ଫାଇନାଲ ପରୀକ୍ଷା ଥିବା ବେଳେ ପିଲା ମାନଙ୍କ ପାଠ ପଢା ବାଧାପ୍ରାପ୍ତ କୁ ନେଇ ପିଲା ଙ୍କ ଭବିଷ୍ୟତ କୁ ନେଇ ପ୍ରଶ୍ନବାଚି ସୃଷ୍ଟି ହୋଇଛି l
Comments are closed.