ତହସିଲଦାରଙ୍କୁ ଆକ୍ରମଣ ଘଟଣା: ୮ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କଲା ପୋଲିସ

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଢେଙ୍କାନାଳ ଜିଲ୍ଲା ପର୍ଜଙ୍ଗ ତହସିଲଦାର ସିରିୟଲ ଶୁଭ୍ର ପଟେଲ ଓ ରାଜସ୍ୱ ନିରିକ୍ଷକ ଆଲୋକ ଲେଙ୍କାଙ୍କୁ ଆକ୍ରମଣ ଘଟଣା।ଘଟଣାରେ ସଂପୃକ୍ତ ଥିବା ୮ ଜଣଙ୍କୁ ଗିରଫ ଓ ଗୋଟିଏ ଜେସିବି ମେସିନ, ୨ଟି ଟ୍ରାକ୍ଟରକୁ ଯବତ କଲା କାମାକ୍ଷାନଗର ପୋଲିସ।ସାମ୍ବାଦିକ ସମିଳନିରେ ସୂଚନା ଦେଲେ ଢେଙ୍କାନାଳ ଏସପି ଜ୍ଞାନ ରଞ୍ଜନ ମହାପାତ୍ର।

ସୂଚନା ମୂତାବକ ଗତକାଲି ପଥରଖମ୍ବ ଗ୍ରାମ କେନାଲ ନିକଟରେ ଥିବା ଏକ ସରକାରି ଜମିରୁ ବେଆଇନ ଭାବେ ମାଟି ଉଠାଉଥିବା ବେଳେ ଖବର ପାଇ ତହସିଲଦାର ପ୍ରଥମେ ଘଟଣା ସ୍ଥଳରେ ପହଞ୍ଚି ଥିବା ବେଳେ ମାଟି ଉଠାଇବାକୁ ବାରଣ କରିଥିଲେ ଏବଂ ଫଟୋ ଉଠାଇବା ବେଳେ ସେଠାରେ ଉପସ୍ଥିତ ଥିବା ମାଫିଆ ମାନେ ତହସିଲଦାରଙ୍କ ଉପରେ ଅତର୍କିତ ଭାବରେ ଆକ୍ରମଣ କରିଥିଲେ।

ଖବର ପାଇ ରାଜସ୍ୱନିରିକ୍ଷକ ପହଞ୍ଚି ଥିବା ବେଳେ ତାଙ୍କୁ ମଧ୍ୟ ମାଫିଆ ମାନେ ଆକ୍ରମଣ କରିଥିଲେ।ମାଫିଆ ମାନେ ଆକ୍ରମଣ କରି ଟ୍ରାକ୍ଟର ଓ ଜେସିବିକୁ ନେଇ ଫେରାର ହୋଇଯାଇଥିଲେ।ତହସିଲଦାର ଛିଡା ହୋଇଥିବା ବେଳେ ଜେସିବି ଚଢାଇ ହତ୍ୟା ଉଦ୍ୟମ ମଧ୍ୟ କରାଯାଇଥିଲା।ତହସିଲଦାର ଗୁୁରୁତର ଭାବେ କାମାକ୍ଷାନଗର ମେଡିକାଲରେ ଭର୍ତ୍ତି ହୋଇଥିଲେ।ପରବର୍ତ୍ତି ସମୟରେ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ପ୍ରଥମେ ୨ ଜଣଙ୍କୁ ଗିରଫ କରିଥିବା ବେଳେ ପରେ ଆଉ ୬ଜଣଙ୍କୁ ଗିରଫ କରିଥିଲା।ମୋଟ ୮ ଜଣଙ୍କୁ ଗିରଫ କରାଯିବା ସହ ଗୋଟିଏ ଜେସିବି,୨ଟି ଟ୍ରାକ୍ଟରକୁ ଜବତ କରି ଅଧିକ ତଦନ୍ତ ଜାରି ରଖିଛି।କାମାକ୍ଷାନଗର SDPO ରଞ୍ଜନ କୁମାର ଦେ,ଥାନା ଅଧିକାରି ଶରତ ମହାଳିକ ଉପସ୍ଥିତ ଥିଲେ।

Leave A Reply

Your email address will not be published.