ଅଚାନକ୍ ୨ ଛାତ୍ରଙ୍କ ଆକାଉଣ୍ଟକୁ ଆସିଲା ୯୬୦ କୋଟି, ବ୍ୟାଙ୍କ କର୍ମଚାରୀ ବି ଆଶ୍ଚର୍ଯ୍ୟ

0

ଯଦି ଆପଣଙ୍କ ଆକାଉଣ୍ଟକୁ କୋଟି କୋଟି ଟଙ୍କା ଚାଲିଆସେ, ତେବେ ଆପଣଙ୍କ ପ୍ରତିକ୍ରିୟା କିପରି ରହିବ? ସେହିପରି ଏକ ଘଟଣା ବିହାର କୋଟିହାରରେ ଘଟିଛି, ଯେଉଁଠାରେ ୨ ସ୍କୁଲ ଛାତ୍ରଙ୍କ ଆକାଉଣ୍ଟରକୁ ଅଚାନକ୍ ୯୬୦ କୋଟି ଟଙ୍କା ଆସିଛି । ଏତେ ଟଙ୍କା ଆକାଉଣ୍ଟକୁ ଆସିବାକୁ ନେଇ ଛାତ୍ରଙ୍କ ସମେତ ବ୍ୟାଙ୍କ କର୍ମଚାରୀ ମଧ୍ୟ ଆଶ୍ଚର୍ଯ୍ୟ ହୋଇଛନ୍ତି । ଏହି ମାମଲା ପ୍ରଘଟ ହେବା ପରେ ଅନ୍ୟ ଲୋକମାନେ ବି ନିଜ ଆକାଉଣ୍ଟ ଚେକ୍ କରିବାରେ ଲାଗିଛନ୍ତି । ଏଭଳି ପରିସ୍ଥିତିରେ ବ୍ୟାଙ୍କ ଆଗରେ ଲୋକଙ୍କର ଲମ୍ବା ଲାଇନ୍ ଦେଖିବାକୁ ମିଳିଛି ।

ମିଳିଥିବା ରିପୋର୍ଟ ମୁତାବକ, ବିହାର ସରକାରଙ୍କ ଦ୍ୱାରା ସ୍କୁଲ ଡ୍ରେସ୍ ପାଇଁ ପଠାଯାଇଥିବା ଟଙ୍କା ବିଷୟରେ ଚେକ୍ କରିବାକୁ ଆଜମନଗର ଥାନା ଅନ୍ତର୍ଗତ ପସ୍ତିଆ ଗାଁର ୨ ସ୍କୁଲ ଛାତ୍ର ଏସବିଆଇର ସିଏସପି ସେଣ୍ଟରରେ ପହଞ୍ଚିଥିଲେ । କିନ୍ତୁ ଦୁହେଁ ଆକାଉଣ୍ଟ ଚେକ୍ କରି ଆଶ୍ଚର୍ଯ୍ୟ ହୋଇଥିଲେ, କାରଣ ଦୁହିଁଙ୍କ ଆକାଉଣ୍ଟରେ କୋଟି କୋଟି ଟଙ୍କା ଜମା ହୋଇଥିଲା ।

ଦୁହିଁଙ୍କ ଆକାଉଣ୍ଟକୁ ପ୍ରାୟ ୯୬୦ କୋଟି ଟଙ୍କା ଆସିଛି । ଗୁରୁଚନ୍ଦ୍ର ନାମକ ଛାତ୍ରଙ୍କ ଆକାଉଣ୍ଟରେ ୬୦ କୋଟି ଓ ଅସିତ କୁମାର ନାମକ ଛାତ୍ରଙ୍କ ଆକାଉଣ୍ଟରେ ସର୍ବାଧିକ ୯୦୦ କୋଟି ଟଙ୍କା ଜମା ହୋଇଛି । ଏହା ଶୁଣି ଛାତ୍ରଙ୍କ ସମେଜ ସେଠାରେ ଥିବା ବ୍ୟାଙ୍କ କର୍ମଚାରୀ ବି ଆଶ୍ଚର୍ଯ୍ୟ ହୋଇଥିଲେ । ଘଟଣାକୁ ନେଇ ଏବେ ଯାଞ୍ଚ ଚାଲିଥିବା ବେଳେ ବରିଷ୍ଠ ଅଧିକାରୀଙ୍କୁ ଏନେଇ ସୂଚନା ଦିଆଯାଇଛି ବୋଲି ବ୍ୟାଙ୍କ କର୍ମଚାରୀ କହିଛନ୍ତି ।

Leave A Reply

Your email address will not be published.