ଆଜିର ମୁଖ୍ୟ ଖବର

0

୧-ଲଗାଣ ବର୍ଷା ଯୋଗୁଁ ୨୧ଟି ଜିଲ୍ଲାର ୧୨୬ ବ୍ଲକ୍‍ର ୪ ହଜାର ୩୩୪ ଗାଁ କ୍ଷତିଗ୍ରସ୍ତ।୨୧ଲକ୍ଷ ଲୋକ ପ୍ରଭାବିତ।ବର୍ଷାଜନିତ କ୍ଷୟକ୍ଷତିକୁ ‘ରାଜ୍ୟ ବିପର୍ଯ୍ୟୟ’ ଭାବେ ଘୋଷଣା କଲେ ସରକାର।

୨-ପ୍ରତିଶୃତି ରକ୍ଷା କଲେ ନବୀନ, କରୋନାରେ ପ୍ରାଣ ହରାଇଥିବା ଆଉ ୭ ସାମ୍ବାଦିକଙ୍କ ପରିବାରକୁ ଦେଲେ ୧ କୋଟି ୫ ଲକ୍ଷ ଟଙ୍କାର ସହାୟତା।

୩-ବାଲେଶ୍ଵର: କ୍ଷେପଣାସ୍ତ୍ର ଘାଟିର ଗୋପନ ତଥ୍ୟ ପ୍ରଦାନ ଘଟଣା, ଫେସବୁକରେ ଫସାଇଥିଲେ ଯୁବତୀ,୧୪ ଦିନିଆ ଜିମାରେ ୪ ଅଭିଯୁକ୍ତ।

୪-ପାଣି ଘେରରେ ଶତାଧିକ କଲେଜ, +୨ ଓ +୩ ନାମଲେଖା ବାଧାପ୍ରାପ୍ତ।

୫-ବିଜେପି ପରେ ପିପିଲି ଉପନିର୍ବାଚନ ପାଇଁ ଷ୍ଟାର ପ୍ରଚାରକ ତାଲିକା ଘୋଷଣା କଲା ବିଜେଡ଼ି, ତାଲିକାରୁ ବାଦ୍ ପଡିଛନ୍ତି ହେଭି ୱେଟ୍‌।

୬-ବନ୍ଧା ହେଲେ କୋଟିପତି ଅଙ୍ଗନବାଡ଼ି ଦିଦି।୪ କୋଟି ଟଙ୍କାର ସଂପତ୍ତି ଠାବ ହୋଇଥିବା ବେଳେ ତା ଭିତରୁ ଆୟବହିର୍ଭୁତ ସମ୍ପତ୍ତି ହେଉଛି ପ୍ରାୟ ୩ କୋଟି ଟଙ୍କା।

୭-ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ପୁଣି ହିରାକୁଦରେ ଖୋଲିଲା ଆଉ ୨ ଗେଟ୍‌,ମୋଟ୍ ୨୦ଟି ଗେଟ୍ ଦେଇ ଜଳ ନିଷ୍କାସନ ଜାରି।

୮-ମହାନଦୀରେ ଆସିପାରେ ଛୋଟ ବା ମଧ୍ୟମ ଧରଣର ବନ୍ୟା – SRC

୯-ମହିଳା ବିରୋଧୀ ଅପରାଧରେ ଓଡ଼ିଶା ଦ୍ବିତୀୟ,ଦେଶରେ କମିଛି ୮.୩%, ଓଡ଼ିଶାରେ ବଢ଼ିଛି ୧୦%:NCRB

୧୦-ପୁରୀ:ସୁନିଆ ପାଳନ ପାଇଁ ଶୁକ୍ରବାର ଶ୍ରୀଜଗନ୍ନାଥ ଦର୍ଶନ ବନ୍ଦ।

୧୧-ଉତ୍ତରାଖଣ୍ଡର ରାଜ୍ୟପାଳ ଭାବେ ଶପଥ ନେଲେ ଲେଫଟନାଣ୍ଟ ଜେନେରାଲ ଗୁରମିତ ସିଂହ।

୧୨-ଦୁନିଆର ୧୦୦ ସବୁଠୁ ପ୍ରଭାବଶାଳୀ ବ୍ୟକ୍ତି: ଟାଇମ ମ୍ୟାଗଜିନ ସୂଚୀରେ ମୋଦୀଙ୍କ ସହ ମମତା ବାନାର୍ଜୀ ଓ ସିରମ ଇନଷ୍ଟିଚ୍ୟୁଟ୍‌ର ସିଇଓ ଅଦାର ପୁନାଓ୍ଵାଲାଙ୍କୁ ମଧ୍ୟ ସ୍ଥାନ ମିଳିଛି।

୧୩-ଦିନେ ୫୫୦୦ ଟଙ୍କା ନେଇ ଆସିଥିଲେ ମୁମ୍ବାଇ, ଆଜି ୧୩୦ କୋଟିର ମାଲିକ ରିୟଲ୍ ଲାଇଫ୍ ହିରୋ ସୋନୁ ସୁଦ୍

Leave A Reply

Your email address will not be published.