ଏମଏଲଏ କଲୋନୀ ଗଛକଟା ମାମଲା: ସାଧାରଣ ପ୍ରଶାସନ ବିଭାଗକୁ ହାଇକୋର୍ଟଙ୍କ ନୋଟିସ

0

ଭୁବନେଶ୍ୱର(ଓଡ଼ିଆ ନ୍ୟୁଜ୍‌): ନୂଆ ଏମଏଲଏ କଲୋନୀ କ୍ୱାର୍ଟର୍ସ ନିର୍ମାଣ ପାଇଁ ରାଜଧାନୀର ଛାତି ଉପରେ ଶହ ଶହ ବୃକ୍ଷ ବଳିକୁ ନେଇ ବିରୋଧ ଶାଣିତ ହୋଇଛି । ଫଳରେ ଏମଏଲଏ କଲୋନୀ ଗଛକଟା ମାମଲାରେ ସରକାରଙ୍କୁ ରିପୋର୍ଟ ତଲବ କରିଛନ୍ତି କୋର୍ଟ । ଜନସ୍ୱାର୍ଥ ମାମଲାର ଶୁଣାଣି କରି ରିପୋର୍ଟ ତଲବ କରିଛନ୍ତି ହାଇକୋର୍ଟ । ସାଧାରଣ ପ୍ରଶାସନ ବିଭାଗ ସଚିବଙ୍କୁ ନୋଟିସ କ଼ରିଛନ୍ତି । ପ୍ରକଳ୍ପ ବାବଦରେ ବିସ୍ତୃତ ବିବରଣୀ ଦେବାକୁ ନିର୍ଦ୍ଦେଶ ହୋଇଛି । ନିର୍ମାଣ, ଗଛକଟା, ବନୀକରଣ ନେଇ ବିସ୍ତୃତ ବିବରଣୀ ମାଗିଛନ୍ତି ହାଇକୋର୍ଟ । ଆସନ୍ତା ୨୭ରେ ଏହି ମାମଲାର ପରବର୍ତ୍ତୀ ଶୁଣାଣି ହେବ ।

ସୂଚନାଯୋଗ୍ୟ, ଏମଏଲଏ କ୍ୱାର୍ଟର୍ସ ପାଇଁ ଗଛକଟାକୁ ବିରୋଧ କରି ହାଇକୋର୍ଟରେ ମାମଲା ରୁଜୁ କରାଯାଇଥିଲା । ସ୍ୱେଚ୍ଛାସେବୀ ଜୟନ୍ତୀ ଦାସଙ୍କ ପକ୍ଷରୁ ରୁଜୁ ହେଲା ଜନସ୍ୱାର୍ଥ ମାମଲା । ତୁରନ୍ତ ଗଛକଟା ବନ୍ଦ କରିବାକୁ ହାଇକୋର୍ଟରେ ଆବେଦନ ହୋଇଥିଲା । କଟା ଯାଇଥିବା ଗଛ ପାଇଁ ଉପଯୁକ୍ତ କ୍ଷତିପୂରଣ ଦାବି । ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ସମେତ ୧୦ ଜଣଙ୍କୁ ପକ୍ଷଭୁକ୍ତ କରି ମାମଲା ରୁଜୁ କରାଯାଇଛି ।

Leave A Reply

Your email address will not be published.