ଚଣ୍ଡୀଗଡ଼(ଓଡ଼ିଆ ନ୍ୟୁଜ୍ ): ନିଷ୍ପତ୍ତି ବଦଳାଇଲେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ୍ । ପୁଣି ୪୨୪ ଭିଆଇପିଙ୍କୁ ମିଳିବ ସୁରକ୍ଷା । ମେ’ ୨୮ରେ ଭିଆପିଙ୍କ ସୁରକ୍ଷା ପ୍ରତ୍ୟାହାର ନେଇ ନିଷ୍ପତ୍ତି ନେଇଥିଲେ ପଞ୍ଜାବ ସରକାର । ମାତ୍ର ଗୋଟିଏ ଦିନ ପରେ ପଞ୍ଜାବୀ କଣ୍ଠଶିଳ୍ପୀ ସିଦ୍ଧୁ ମୁସେୱାଲାଙ୍କୁ ହତ୍ୟା କରାଯାଇଥିଲା। ଏହି ଘଟଣା ପରେ ଏବେ ପଞ୍ଜାବ ସରକାରଙ୍କ ସୁରକ୍ଷା ବ୍ୟବସ୍ଥା ପ୍ରତ୍ୟାହାର ନିଷ୍ପତ୍ତି ଉପରେ ରୋକ ଲଗାଇ ସରକାରଙ୍କୁ ତାଗିଦ୍ କରିଥିଲେ ପଞ୍ଜାବ-ହରିୟାଣା ହାଇକୋର୍ଟ।
ତାଗିଦ ପରେ ଏବେ ପଞ୍ଜାବ ସରକାର ନିଷ୍ପତ୍ତି ବଦଳାଇବେ ବୋଲି ହାଇକୋର୍ଟକୁ କହିଛନ୍ତି। ସୁରକ୍ଷା ବ୍ୟବସ୍ଥା ପ୍ରତ୍ୟାହାର କରାଯାଇଥିବା ଭିଆଇପିଙ୍କୁ ପୁଣି ଥରେ ସୁରକ୍ଷା ଯୋଗଇଦିଆଯିବ। ଜୁନ୍ ୭ରୁ,ସେମାନଙ୍କୁ ପୁନର୍ବାର ସୁରକ୍ଷା ଦିଆଯିବ ଏବଂ ସମସ୍ତଙ୍କ ପ୍ରତି ବିପଦର ସମୀକ୍ଷା କରିବା ପରେ ଯାଇ କୌଣସି ନିଷ୍ପତ୍ତି ନିଆଯିବ ବୋଲି ପଞ୍ଜାବ ସରକାର ହାଇକୋର୍ଟଙ୍କୁ କହିଛନ୍ତି।