ଭୁବନେଶ୍ବର(ଓଡ଼ିଆ ନ୍ୟୁଜ୍): ଅର୍ଥତତ୍ତ୍ବ ଚିଟଫଣ୍ଡ ଠକେଇ ମାମଲାରେ ଇଡି ବା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟରେ ହାଜର ହେଲେ ବାଙ୍କିର ପୂର୍ବତନ ବିଧାୟକ ପ୍ରଭାତ ତ୍ରିପାଠୀ । ପ୍ରଭାତ ତ୍ରିପାଠୀ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟରେ ହାଜର ହୋଇଛନ୍ତି । ଅର୍ଥତତ୍ତ୍ବ ଚିଟଫଣ୍ଡ ସଂସ୍ଥାରୁ ଆସିଥିବା ବେଆଇନ ଆର୍ଥିକ କାରବାର ନେଇ ଇଡି ଜେରା କରୁଛି ।
ଏଟି ଆକାଉଣ୍ଟରୁ ପ୍ରଭାତଙ୍କ ଆକାଉଣ୍ଟକୁ ହୋଇଥିବା ଟଙ୍କା କାରବାରର ଲିଙ୍କ ଖୋଜୁଛି ଇଡି । ଟଙ୍କା କୁଆଡେ ଗଲା ଓ କେଉଁଠି ଟଙ୍କା ବିନିଯୋଗ ହୋଇଛି ସେ ନେଇ ଛାନଭିନ ଜାରି ରଖିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ପୂର୍ବରୁ ଏହି ମାମଲାରେ ସିବିଆଇ ଦ୍ବାରା ଗିରଫ ହୋଇଥିଲେ ପ୍ରଭାତ। ଜେରା ପାଇଁ ପୂର୍ବରୁ ପୂର୍ବତନ ବିଧାୟକଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ନୋଟିସ୍ ଜାରି କରିଥିଲା ।