ଶିକ୍ଷାବର୍ଷ ୨୦୨୩-୨୪ରେ କ୍ୟାପିଟାଲ ହସ୍ପିଟାଲର ୧୫ଟି ବିଭାଗରେ ୬୦ ସିଟ ବିଶିଷ୍ଟ ପିଜି କୋର୍ସ ଆରମ୍ଭ ହେବ, ସରକାରଙ୍କ ତରଫରୁ ତତ୍ପରତା
ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ପୋଷ୍ଟ ଗ୍ରାଜୁଏଟ ଇନଷ୍ଟିଚ୍ୟୁଟ ଅଫ ମେଡିକାଲ ରିସର୍ଚ୍ଚ ଆଣ୍ଡ କ୍ୟାପିଟାଲ ହସ୍ପିଟାଲ ପ୍ରତିଷ୍ଠା ପାଇଁ ସରକାରୀସ୍ତରରେ ତତ୍ପରତା ପ୍ରକାଶ ପାଇଛି। ଆସନ୍ତା ଶିକ୍ଷାବର୍ଷ 2023-24ରେ 15ଟି ବିଭାଗରେ 60ଟି ସିଟ ବିଶିଷ୍ଟ ପିଜି ପାଠ୍ୟକ୍ରମ ଆରମ୍ଭ ହେବ। ପ୍ରଥମ ବର୍ଷ 5ଟି ବିଭାଗରେ 26ଜଣ ଡାକ୍ତରୀ ଛାତ୍ରଛାତ୍ରୀଙ୍କୁ ନେଇ ଆରମ୍ଭ ହେବ।
ଏଥି ପୂର୍ବରୁ ଖୁବଶୀଘ୍ର ଜାତୀୟ ମେଡିକାଲ ପରିଷଦ ବା NMCର ଏକ ପ୍ରତିନିଧି ଦଳ କ୍ୟାପିଟାଲ ହସ୍ପିଟାଲ ପରିଦର୍ଶନରେ ଆସିବେ। ପିଜି କୋର୍ସ ଖୋଲିବା ପୂର୍ବରୁ 3ଜଣ ପ୍ରଫେସର ଓ 13ଜଣ ଆସିଷ୍ଟାଣ୍ଟ ପ୍ରଫେସରଙ୍କ ସମେତ ପିଜିଆଇର ନିର୍ଦେଶୀକା ଭାବେ ପ୍ରଫେସର ନିବେଦିତା ପାଣିଙ୍କୁ ନିଯୁକ୍ତି ଦିଆଯାଇଛି। ଏଥି ସହିତ ମେଡିକାଲ କଲେଜ ପ୍ରତିଷ୍ଠା ପାଇଁ ପୂର୍ବରୁ ମିଳିଥିବା 20ଏକର ଜମି ସହିତ ଅଧିକ 7ଏକର ଜମି ମିଳିଥିବା ସୂଚନା ଦେଇଛନ୍ତି କ୍ୟାପିଟାଲ ହସ୍ପିଟାଲର ନିର୍ଦେଶକ।…