ନ୍ୟାସନାଲ ହେରାଲ୍ଡ ମାମଲା: ରାହୁଲଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ସାନି ସମନ୍

0

ନୂଆଦିଲ୍ଲୀ(ଓଡ଼ିଆ ନ୍ୟୁଜ୍‌): ନ୍ୟାସନାଲ ହେରାଲ୍ଡ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପୂର୍ବତନ କଂଗ୍ରେସ ସଭାପତି ରାହୁଲ ଗାନ୍ଧୀଙ୍କ ପାଇଁ ସାନି ସମନ ଜାରି କରିଛି । ପୂର୍ବରୁ ଜାରି କରାଯାଇଥିବା ସମନ ଗୁଡିକରେ ତାଙ୍କୁ କେବଳ ଜୁନ୍ ୨ ରେ ଡକାଯାଇଥିଲା, କିନ୍ତୁ ସେ ବିଦେଶ ଗସ୍ତରେ ଥିବା କାରଣରୁ ହାଜର ହୋଇନଥିଲେ । ଏବେ ନୂତନ ତାରିଖ ଜୁନ୍ ୧୩କୁ ରଖାଯାଇଛି । ରାହୁଲ ଗାନ୍ଧୀଙ୍କ ବ୍ୟତୀତ ତାଙ୍କ ମା ତଥା କଂଗ୍ରେସ ସଭାପତି ସୋନିଆ ଗାନ୍ଧୀଙ୍କୁ ମଧ୍ୟ ଡକାଯାଇଛି । ତାଙ୍କୁ କେନ୍ଦ୍ରୀୟ ଏଜେନ୍ସି ୮ ତାରିଖକୁ ଦିଲ୍ଲୀସ୍ଥିତ କାର‌୍ୟ୍ୟାଳୟରେ ପଚରାଉଚରା ପାଇଁ ଡକାଇଛି । ସୋନିଆ ଗାନ୍ଧୀ ବର୍ତ୍ତମାନ କରୋନା ସଂକ୍ରମିତ, କିନ୍ତୁ କଂଗ୍ରେସ ସୂତ୍ରରୁ ପ୍ରକାଶ ଯେ ସେ ମଧ୍ୟ ଜୁନ୍ ୮ ରେ ହାଜର ହେବାକୁ ପ୍ରସ୍ତୁତ ଅଛନ୍ତି ।

ରାହୁଲ ଗାନ୍ଧୀ ଇ.ଡି (ପ୍ରବର୍ତନ ନିର୍ଦ୍ଦେଶାଳୟ) ଙ୍କୁ ଲେଖିଛନ୍ତି ଯେ ସେ ବିଦେଶ ଗସ୍ତରେ ଅଛନ୍ତି । ତେଣୁ ତାଙ୍କ ହାଜର ପାଇଁ ତାଙ୍କୁ ଏକ ନୂଆ ତାରିଖ ଦିଆଯିବା ଉଚିତ୍ । ତାଙ୍କ ଲିଖିତ ଦାବି ପରେ ଏହି ନୂତନ ତାରିଖ ଦିଆଯାଇଛି ।

Leave A Reply

Your email address will not be published.