ଜନସ୍ୱାର୍ଥ ମାମଲା ଛତୁ ଭଳି ବୃଦ୍ଧି ପାଉଥିବା କହିଲେ ସୁପ୍ରିମକୋର୍ଟ; ନିଜର ପ୍ରଚାର ପାଇଁ କରାଯାଉଛି ଆବେଦନ

0

ଜନସ୍ୱାର୍ଥ ମାମଲା ଉପରେ ସୁପ୍ରିମକୋର୍ଟ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ନିକଟ ଅତୀତରେ ଜନସ୍ବାର୍ଥ ମାମଲା ସଂଖ୍ୟା ଦ୍ରୁତ ବେଗରେ ବୃଦ୍ଧି ପାଉଥିବା ଲକ୍ଷ୍ୟ କରାଯାଉଛି।କୋର୍ଟଙ୍କ ଅନୁଯାୟୀ, ଅଧିକାଂଶ ପିଟିସନରେ ଭିତ୍ତିହୀନ ପ୍ରସଙ୍ଗ ଉଠାଯାଉଛି। ସୁପ୍ରିମକୋର୍ଟ ତାଙ୍କ ବକ୍ତବ୍ୟରେ କହିଛନ୍ତି ଯେ “ଛତୁ ପରି PIL ର ବୃଦ୍ଧି” ଏକ ଚିନ୍ତାର ବିଷୟ ଏବଂ ଏହି ତୁଚ୍ଛ ଯାଚିକା ଗୁଡ଼ିକୁ ପ୍ରାରମ୍ଭରୁ ଦମନ କରାଯିବା ଉଚିତ କାରଣ ଏହା ଦ୍ବାରା କୌଣସି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକଳାପ ପ୍ରଭାବିତ ହେବ ନାହିଁ।ତେଣୁ, ଏଭଳି ପିଟିସନ୍‌ଗୁଡ଼ିକୁ ମୂଳରୁ ନିପାତ କଲେ ମାମଲା ଆଗକୁ ବଢ଼ି ପାରିବ ନାହିଁ।

ସୂଚନା ଦେବା ଯେ, ପୁରୀର ପ୍ରସିଦ୍ଧ ଶ୍ରୀ ଜଗନ୍ନାଥ ମନ୍ଦିରରେ ପ୍ରକଳ୍ପ ପରିକ୍ରମାର ନିର୍ମାଣ କାର୍ଯ୍ୟ ବିରୁଦ୍ଧରେ ହୋଇଥିବା ଆବେଦନକୁ ଖାରଜ କରିବାବେଳେ ଜଷ୍ଟିସ୍ ବିଆର ଗାଭାଇ ଏବଂ ଜଷ୍ଟିସ୍ ହିମା କୋହଲିଙ୍କ ଏକ ବେଞ୍ଚ ଏଭଳି ଟିପ୍ପଣୀ ଦେଇଛନ୍ତି। ସର୍ବୋଚ୍ଚ ଅଦାଲତ କହିଛନ୍ତି ଯେ ଅଧିକାଂଶ ଆବେଦନ ହେଉଛି ପ୍ରଚାର ପ୍ରସାର ମକଦ୍ଦମା କିମ୍ବା ବ୍ୟକ୍ତିଗତ ସ୍ୱାର୍ଥ ମକଦ୍ଦମା।

ଅଦାଲତ ତାଙ୍କ ମନ୍ତବ୍ୟରେ ଦର୍ଶାଇଛନ୍ତି ଯେ “ନିକଟ ଅତୀତରେ ଏହା ଉପରେ ନଜର ରଖାଯାଇଛି ଏବଂ ଜଣାପଡିଛି ଯେ ସେଠାରେ ଜନସ୍ୱାର୍ଥ ମାମଲା ଛତୁ ଭଳି ବଢ଼ି ଚାଲିଛି। ଜନସ୍ୱାର୍ଥ ମାମଲା ଆବେଦନ କରି କେବଳ ନିଜର ପ୍ରଚାର କରୁଥିବା କହିଛନ୍ତି କୋର୍ଟ

Leave A Reply

Your email address will not be published.