ବର୍ଷାନୁଭବ ବିବାଦ: ବର୍ଷାଙ୍କୁ କାହିଁକି ଟଙ୍କା ପଠାଇଲେ ଅନୁଭବ, ଜାଣନ୍ତୁ…

0

କଟକ(ଓଡ଼ିଆ ନ୍ୟୁଜ୍‌): ବର୍ଷାନୁଭବ ବିବାଦ ମାମଲାରେ କୋର୍ଟଙ୍କ ନିର୍ଦ୍ଦେଶ ମୁତାବକ ବର୍ଷାଙ୍କ ଆକାଉଣ୍ଟକୁ ଟଙ୍କା ପଠାଇଛନ୍ତି ଅନୁଭବ । ବର୍ଷାଙ୍କ ରହଣି ବାବଦକୁ ୩୦ହଜାର ଟଙ୍କା ପଠାଇଛନ୍ତି ଅନୁଭବ । ଯାହା ଅନୁଭବ ନିଜେ କୋର୍ଟଙ୍କୁ ଜଣାଇଛନ୍ତି । ଅନୁଭବ ପୈତୃକ ବାସଭବନ ଛାଡିବାକୁ ଗତକାଲି ନିର୍ଦ୍ଦେଶ ଦେଇଥିଲେ କୋର୍ଟ ।

ସୂଚନାଯୋଗ୍ୟ, ବର୍ଷା ଅନୁଭବଙ୍କ ପୈତୃକ ଘର ଛାଡୁ ନଥିବାରୁ ଅନୁଭବଙ୍କ ପରିବାରର ଅନ୍ୟ ସଦସ୍ୟମାନେ ସେହି ଘର ଛାଡିଥିଲେ । କିନ୍ତୁ ତାଙ୍କ ବାପା-ମା, ବଡବାପାଙ୍କ ଦେହ ଅସୁସ୍ଥ ଥିବାରୁ, ସେମାନଙ୍କୁ ଘରକୁ ଫେରାଇ ଆଣିବା ପାଇଁ, ବର୍ଷାଙ୍କୁ ଘର ଛାଡିବାକୁ ନିର୍ଦ୍ଦେଶ ଦେବାକୁ କୋର୍ଟଙ୍କୁ ଆବେଦନ କରିତିେଏ ଅନୁଭବ । ତେବେ ଏହି ଆବେଦନର ଶୁଣାଣି କରି କଟକ ଏସଡିଜେଏମ କୋର୍ଟ କହିଥିଲେ ବର୍ଷାଙ୍କ ରହଣି ପାଇଁ ମାସିକ ୩୦ ହଜାର ଟଙ୍କା ଦେବେ ଅନୁଭବ । ପ୍ରତିମାସର ୧୦ ତାରିଖ ମଧ୍ୟରେ ୩୦ ହଜାର ଟଙ୍କା ଦେବାକୁ ପଡିବ । ଟଙ୍କା ପାଇବାର ୨ ମାସ ଭିତରେ ଘର ଛାଡିବେ ବର୍ଷା ଓ ବର୍ଷା ନିଜ ସୁବିଧା ଅନୁସାରେ ଭଡାଘରେ ରହିବେ ।

Leave A Reply

Your email address will not be published.