ସେବାୟତ-ପ୍ରଶାସନ ମନମାନି: ୩୪ ଘଣ୍ଟା ନିର୍ଜଳ ଉପାସ ରହିଲେ ପ୍ରଭୁ ଲିଙ୍ଗରାଜ

0

ଭୁବନେଶ୍ୱର ( ଓଡ଼ିଆ ନ୍ୟୁଜ୍): ସେବାୟତ ଓ ପ୍ରଶାସନର ମନମାନି ପାଇଁ  ଦୀର୍ଘ ଦୁଇ ଦିନ ନିର୍ଜଳ ଉପବାସ ରହିଲେ ମହାପ୍ରଭୁ ଲିଙ୍ଗରାଜ। ନିଜ ଜିଦ୍ ପାଇଁ ମହାପ୍ରଭୁଙ୍କୁ ୩୪ ଘଣ୍ଟା ଉପାସ ରଖିଦେଲେ।  ଶେଷରେ  ସେବାୟତ ଓ ପ୍ରଶାସନ ମଧ୍ୟରେ ଆପୋଷ ବୁଝାମଣା ପରେ ରାତି ୧୦ଟାରେ ଠାକୁରଙ୍କ ନୀତିରେ ଯୋଗଦେଲେ ସେବାୟତ । ତରବରିଆ ଭାବେ ଠାକୁରଙ୍କ ନୀତି ସହ ଦେବ ଦମ୍ପତ୍ତିଙ୍କ ମଙ୍ଗଳକାମ ସାରିଦେଲେ ।

ପ୍ରାୟ ଭୋର ୪ଟାରେ ବରକନ୍ୟାଙ୍କୁ ବିମାନରେ ବିଜେ କରି ଦେବ ଦେବୀ ଅଭିମୁଖେ ବାହାରିଲେ । ଆଜି ଅପରାହ୍ଣରେ କେଦାରଗୌରୀ ମନ୍ଦିରରେ ଶିବ ବିବାହ ପର୍ବ ସଂପନ୍ନ ହେବ ।

Leave A Reply

Your email address will not be published.