ଏପଟେ ରାଜ୍ୟ ମନ୍ତ୍ରୀମଣ୍ଡଳରେ ଗତକାଲି ଏକ ବଡ଼ ଆଦଳବଦଳ ହୋଇଥିଲା ଏବଂ ଆଜି ଲୋକସେବା ଭବନରେ ୧୩ କ୍ୟାବିନେଟ ମନ୍ତ୍ରୀଙ୍କ ସହ ୨୧ ବିଧାୟକ ମନ୍ତ୍ରୀମାନେ ଶପଥ ଗ୍ରହଣ କରିଛନ୍ତି। ଯାହାକୁ ନେଇ ଲୋକଙ୍କ ମଧ୍ୟରେ ଚର୍ଚ୍ଚା ଜୋର ଧରିଛି। ରାଜନୀତି ଏବଂ ମନ୍ତ୍ରୀମଣ୍ଡଳ କଥା ଉଠୁଚି ଯେତେବେଳେ ନବୀନଙ୍କ ମନ୍ତ୍ରୀମଣ୍ଡଳର ୩ ନାମୀ ମନ୍ତ୍ରୀଙ୍କ କଥା ମଧ୍ୟ ସାମ୍ନାକୁ ଆସୁଛି। ବିବାଦରେ ଛନ୍ଦି ହୋଇଥିବା ୩ ମନ୍ତ୍ରୀଙ୍କୁ ନବୀନ ବିଦା କରିଛି ଏବଂ ଏଥର ସେମାନଙ୍କୁ ସୁଯୋଗ ମିଳିନାହିଁ।ତାହା ପ୍ରତାପ ଜେନା, ଅରୁଣ ସାହୁ ଏବଂ ଦିବ୍ୟଶଙ୍କର ମିଶ୍ରଙ୍କୁ ମନ୍ତ୍ରୀପଦ ନ ମିଳିବା ନେଇ ଚର୍ଚ୍ଚା ହେଉଛି। ବହୁ ଚର୍ଚ୍ଚିତ ମାହାଙ୍ଗା ଡବଲ୍ ମର୍ଡର ଘଟଣା ଏଥିଲାଗି ପ୍ରତାପ ଜେନାଙ୍କୁ ଦାୟୀ କରାଯାଇଥିଲା ଏବଂ ବିରୋଧୀ ଏହାକୁ ନେଇ ବହୁ ହଙ୍ଗାମା କରିଥିଲା। ସେପଟେ ନୟାଗଡ଼ ପରୀ ହତ୍ୟା ମାମଲାରେ ଛନ୍ଦି ହୋଇପଡ଼ିଥିଲେ ଅରୁଣ ସାହୁ ଯାହା ପରେ କିଛି ଦିନ ରାଜ୍ୟରେ ହଇଚଇ ସୃଷ୍ଟି ହୋଇଥିଲା। କେବଳ ଏତିକି ନୁହେଁ ରାଜ୍ୟ ସରକାରଙ୍କୁ ଭାରି ପଡ଼ିଥିଲା କଳାହାଣ୍ଡି ମମିତା ମୃତ୍ୟୁ ମାମଲା। କାରଣ ଏଥିରେ କ୍ୟାପଟେନ୍ ଦିବ୍ୟଶଙ୍କର ମିଶ୍ରଙ୍କ ସମ୍ପୃକ୍ତି ନେଇ ଅଭିଯୋଗ ହୋଇଥିଲା। ଏହି ସବୁ ଘଟଣାକୁ ନେଇ ରାଜ୍ୟ ବଡ଼ ବିରୋଧ ଦେଖିବାକୁ ମିଳିଥିଲା ଏବଂ ସରକାରଙ୍କୁ ବଦନାମ କରାଯାଇଥିଲା। ହୁଏତ ଏହି କାରଣରୁ ରିସ୍କ ନେବାକୁ ଚାହିଁ ନାହାନ୍ତି ରାଜ୍ୟ ସରକାର। ନୂଆ ମନ୍ତ୍ରୀମଣ୍ଡଳରେ ଦାଗ ବିହୀନ ସରକାର ଗଠନ କରିଛନ୍ତି ଯେମିତି ଭବିଷ୍ୟତରେ ବିରୋଧୀ ଆଉ ମୁଖ୍ୟମନ୍ତ୍ରୀଙ୍କୁ ଘେରିବାର ସୁଯୋଗ ପାଇବେ ନାହିଁ ।