ବଢ଼ୁଛି ବାରବାଟୀ ଉତ୍କଣ୍ଠା, ଆଉ ୬ ଦିନ ପରେ T-20

0

ଭୁବନେଶ୍ୱର( ଓଡ଼ିଆ ନ୍ୟୁଜ୍‌): ବଢ଼ୁଛି ବାରବାଟୀ ଉତ୍କଣ୍ଠା । ଆଉ ୬ ଦିନ ପରେ ଅର୍ଥାତ୍ ୧୨ ତାରିଖରେ ହେବ ଭାରତ ଓ ଦକ୍ଷୀଣ ଆଫ୍ରିକା ହାଇଭୋଲଟେଜ୍ ମ୍ୟାଚ । ଏନେଇ ଆସନ୍ତା ୯ରୁ ଅଫଲାଇନରେ ଆରମ୍ଭ ହେବ ଟିକେଟ୍ ବିକ୍ରି ।ସାଧାରଣ ଦର୍ଶକଙ୍କ ପାଇଁ କାଉଣ୍ଟରରେ ମିଳିବ ୧୨ ହଜାର ଟିକେଟ୍ । ଦୀର୍ଘ ବର୍ଷ ପରେ ମ୍ୟାଚ ହେଉଥିବାରୁ ଅଧିକ ଭିଡ ହେବା ଆଶଂକା କରାଯାଉଛି । ଏଥିପାଇଁ ଷ୍ଟାଡିୟମ ପରିସରରେ ୨ଟି କାଉଣ୍ଟର ସହ ଅସ୍ଥାୟୀ ଭାବେ ୫ଟି କାଉଣ୍ଟର କରିବାକୁ ନିଷ୍ପତ୍ତି ନେଇଛି ଓସିଏ । ପ୍ରତି ଦର୍ଶକଙ୍କୁ ସର୍ବାଧିକ ୨ଟି ଟିକେଟ୍ ମିଳିବ । ନିଜର ପରିଚୟପତ୍ର ଦେଖାଇ ଟିକେଟ୍ କିଣିପରରିବେ ଦର୍ଶକ।

୯ ତାରିଖ ଦିନ ସକାଳ ୯ଟାରୁ ଆରମ୍ଭ ହେବ ଏହି ଟିକେଟ୍ ବିକ୍ରି । ଷ୍ଟାଡିୟମରେ ୪୪ ହଜାର ୨୩୪ ଜଣ ଦର୍ଶକ ଏଥର ଦେଖିବେ ମ୍ୟାଚ । ଗ୍ୟାଲେରି ନମ୍ବର ୧, ୩ ଓ ୫ ପାଇଁ ଟିକେଟ ଦର ୯ ଶହ ଟଙ୍କା ରଖାଯାଇଥିବା ବେଳେ, ଗ୍ୟାଲେରି ନମ୍ବର ୨ ଓ ୪ ପାଇଁ ୭ ଶହ ଟଙ୍କା ରଖାଯାଇଛି । ସେହିପରି ୭ ନମ୍ବର ଗ୍ୟାଲେରି ଦର ୬ ଶହ ଟଙ୍କା ରଖାଯାଇତିବା ବେଳେ କେବଳ ଖେଳାଳିଙ୍କ ପାଇଁ ଉଦ୍ଦିଷ୍ଟ ୬ ନମ୍ବର ଗ୍ୟାଲେରି ଦର ୩ ଶହ ଟଙ୍କା ରଖାଯାଇଛି । ସ୍ପେଶାଲ ଏନକ୍ଲୋଜର ପାଇଁ ୫ ହଜାର ଟଙ୍କା, ଏସି ବକ୍ସ ପାଇଁ ୭ ହଜାର ଟଙ୍କା, ନ୍ୟୁ ପାଭିଲିଅନ ପାଇଁ ୮ ହଜାର ଟଙ୍କା ଓ କର୍ପୋରେଟ ବକ୍ସ ପାଇଁ ୧୨ ହଜାର ଟଙ୍କା ଦର ଧାର‌୍ୟ୍ୟ କରାଯାଇଛି । ସେପଟେ ଟିକେଟ କଳାବଜାରୀ ରୋକିବାକୁ ସ୍ୱତନ୍ତ୍ର ପଦକ୍ଷେପ ନିଆଯାଇଥିବାବେଳେ ପୂର୍ବଦିନ ରାତିରୁ କାଉଣ୍ଟର ଆଗରେ ଭିଡ଼ ନଜମାଇବାକୁ ପରାମର୍ଶ ଦେଇଛନ୍ତି ଡିସିପି ।

Leave A Reply

Your email address will not be published.