ମୁମ୍ବାଇ(ଓଡ଼ିଆ ନ୍ୟୁଜ୍): ବିଦେଶରେ ଅନୀଲ ଅମ୍ବାନୀଙ୍କର ଅଛି ୮୦୦ କୋଟିର ସମ୍ପତ୍ତି । ଯାହା ତାଙ୍କୁ ଏବେ ଅଡ଼ୁଆରେ ପକାଇଛି । ତାଙ୍କ ବିରୋଧରେ ୨୦୧୬ କଳାଧନ ଅଧିନିୟମ ଆଧାରରେ ଏକ ନିର୍ଦ୍ଦେଶନାମା ପାରିତ କରିଛି ଆୟକର ବିଭାଗର ମୁମ୍ବାଇ ଶାଖା। ପୂର୍ବରୁ ମଧ୍ୟ ଏ ମାମଲାରେ ତଦନ୍ତକାରୀ ଟିମ୍ ଅନୀଲଙ୍କୁ ନୋଟିସ୍ ଜାରି କରିଥିଲେ ହେଁ ଅନୀଲ ଏହାର କୌଣସି ଜବାବ ଦେଇନଥିଲେ । ଫଳରେ ଆୟକର ବିଭିଗ ପକ୍ଷରୁ ଆହୁରି କଡା ପଦକ୍ଷେପ ନିଆଯାଇଛି ।
ଗଣମାଧ୍ୟମ ରିପୋର୍ଟ ମୁତାବକ, ପୂର୍ବରୁ ତଦନ୍ତକାରୀ ଟିମ୍ ୮୦୦ କୋଟିର ଅଘୋଷିତ ସମ୍ପତ୍ତି ନେଇ ଅନୀଲଙ୍କୁ ଜବାବ ତଲବ କରିଥିଲେ। ହେଲେ ସେ ଏହାର କୌଣସି ଉତ୍ତର ଦେଇନଥିଲେ । ତାଙ୍କୁ ୨୦୧୯ରେ ଏନେଇ ପ୍ରଥମେ ନୋଟିସ୍ ହୋଇଥିଲା। ଅନୀଲଙ୍କର ବାହମାସ୍ ଓ ବ୍ରିଟେନର ଭର୍ଜିନ୍ ଆଇଲ୍ୟାଣ୍ଡରେ ସମ୍ପତ୍ତି ରହିଛି। ଏହା ଅନୀଲଙ୍କ ମାଲିକାନାରେ ଥିବା ଦୁଇଟି କମ୍ପାନୀ ତାଙ୍କ ନାଁରେ ରହିଛି । ଏହି ଦୁଇ କମ୍ପାନୀ ହେଲା ଡ୍ରିମୱାର୍କ ହୋଲ୍ଡିଙ୍ଗ ଇଙ୍କ୍ ଓ ନର୍ଥ ଆଟଲାଣ୍ଟିକ୍ ଟ୍ରେଡିଙ୍ଗ ଅନଲିମିଟେଡ୍। ୨୦୧୫ରେ ସ୍ୱିସ୍ ଲିଙ୍କରେ ଏନେଇ ସବିଶେଷ ତଥ୍ୟ ଆସିଥିଲା ।