ମାତିଛି କଲରାପତରିଆ ବାଘ… କୁକୁର ସହ ଲଢେଇ ମଧ୍ୟ କରୁଛି… ତାପରେ କଣ ହେଲା ଜାଣନ୍ତୁ…

0

ନାସିକ୍‌(ଓଡ଼ିଆ ନ୍ୟୁଜ୍‌):ମାତିଛି କଲରାପତରିଆ ବାଘ । ଖାଲି ମାତି ନାହିଁ ଜନବସତି ଅଞ୍ଚଳକୁ ପ୍ରବେଶ କରୁଛି। ଯେଉଁଥି ପାଇଁ ଗ୍ରାମବାସୀ ଆଙ୍କିତ ଅବସ୍ଥାରେ ଅଛନ୍ତି । ଏଇ ଦେଖନ୍ତୁ କରାପତିରିଆ ବାଘଟେ କେମିତି ଘର ଆଗରୁ କୁକୁରଟେକୁ ଉଠେଇନେଉଛି । ଯାହା ସିସିଟିଭି କ୍ୟାମେରାରେ କଏଦ ହୋଇଛି। ଘଟଣା ଟି ମହାରାଷ୍ଟ୍ର ନାସିକର ଏକ ଗାଁର ବୋଲି ଜଣାପଡ଼ିଛି । ଭିଡିଓରେ ଦେଖାଯାଉଛି କି, ଲାଲ୍ ରଙ୍ଗର ପଟି ବନ୍ଧା ହୋଇଥିବା ଏକ କଳା କୁକୁର ପାଚେରୀ ଉପରେ ବସିଛି। କିଛି ସେକେଣ୍ଡ ପରେ ଫୁଟେଜ୍ରେ ଏକ କଲରାପତରିଆ ବାଘ ନଜର ଆସୁଛି। ତେବେ ବାଘଟି ପ୍ରଥମେ କୁକୁରକୁ ଦେଖି ପଛକୁ ହଟୁଛି ଏବଂ ପରେ ଆଗକୁ ଆସି କୁକୁର ଉପରେ ଆକ୍ରମଣ କରୁଛି। କିଛି ସମୟର ଆକ୍ରମଣ ପ୍ରତିଆକ୍ରମଣ ପରେ କଲରାପତରିଆ, କୁକୁରକୁ ପାଟିରେ କାମୁଡ଼ି ସେଠାରୁ ନେଇ ଚାଲି ଯାଉଛି। ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏହି ଭୟଙ୍କର ଘଟଣାର ଭିଡିଓ ୟୁଜରମାନଙ୍କ ହୋଶ୍ ଉଡ଼ାଇ ଦେଇଛି। ଟ୍ଵିଟରରେ ଏହାକୁ ୮୬ ହଜାରରୁ ଅଧିକ ଥର ଦେଖାଯାଇ ସାରିଲାଣି।

Leave A Reply

Your email address will not be published.