ପୁରୀ(ଓଡ଼ିଆ ନ୍ୟୁଜ୍): ସରିଛି ଶ୍ରୀମନ୍ଦିର ପରିଚାଳନା କମିଟିରେ ଗୁରୁତ୍ୱପୂର୍ଣ୍ଣ ବୈଠକ। ଗଜପତି ମହାରାଜ ଦିବ୍ୟସିଂହ ଦେବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ସ୍ନାନଯାତ୍ରା, ରଥଯାତ୍ରା ଓ ବାହୁଡ଼ାଯାତ୍ରା ପାଇଁ ନୀତି ନିର୍ଘଣ୍ଟ ହୋଇଛି। ଛତିଶାନିଯୋଗ ବୈଠକରେ ଚୂଡ଼ାନ୍ତ ହୋଇଥିବା ମହାପୁଭୁଙ୍କ ନୀତି ନିର୍ଘଣ୍ଟ କୁ ବୈଠକରେ ପାରିତ କରାଯାଇଛି ।
ସୂଚନାଯୋଗ୍ୟ, ଆସନ୍ତା ୧୪ ତାରିଖ ଦିନ ଶ୍ରୀଜିଉଙ୍କର ସ୍ନାନଯାତ୍ରା ଅନୁଷ୍ଠିତ ହେବ। ବିଗତ ୨ ବର୍ଷରେ ହୋଇଥିବା ସ୍ନାନଯାତ୍ରାରେ କୋଭିଡ-୧୯ ଯୋଗୁଁ ସାଧାରଣ ଭକ୍ତଙ୍କୁ ସାମିଲ କରାଯାଇ ନଥିଲା। ଏଥର କିନ୍ତୁ କୋଭିଡ-୧୯ ନିୟନ୍ତ୍ରିତ ଥିବାରୁ ସାଧାରଣ ଭକ୍ତ ମହାପ୍ରଭୁଙ୍କ ସ୍ନାନଯାତ୍ରାରେ ସାମିଲ ହୋଇପାରିବେ। ମଙ୍ଗଳ ଆଳତି ପରେ ସ୍ନାନ ମଣ୍ଡପ ଉପରେ ଶ୍ରଦ୍ଧାଳୁଙ୍କୁ ଠାକୁର ଦର୍ଶନ ଦେବେ। ଏଥି ପାଇଁ ଭକ୍ତମାନଙ୍କୁ ଠାକୁରଙ୍କ ଦର୍ଶନ କରିବାର ଲାଗି ୩ ଘଣ୍ଟା ସମୟ ମିଳିବ।