ଦିଲ୍ଲୀ ଜାମିଆ ନଗର ପାର୍କିଂରେ ଭୟଙ୍କର ଅଗ୍ନିକାଣ୍ଡ: ୧୦ କାର ସମେତ ୧୦୦ ଗାଡ଼ି ପୋଡ଼ି ପାଉଁଶ

0

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ଦିଲ୍ଲୀର ଜାମିଆ ନଗରର ଇଲେକ୍ଟ୍ରିକ୍ ମୋଟର ପାର୍କିଂ ସ୍ଥାନରେ ଏକ ବଡ଼ ଅଗ୍ନିକାଣ୍ଡ ଘଟିଛି। ଏହି ନିଆଁ ଲିଭାଇବା ପାଇଁ ଅଗ୍ନିଶମ ବିଭାଗର ୭ ଟି ଯାନ ପହଞ୍ଚିଛି । ଅଗ୍ନିକାଣ୍ଡ ଯୋଗୁଁ ଯାନବାହାନରେ ବହୁ କ୍ଷୟକ୍ଷତି ହୋଇଛି ଏବଂ ଅନେକ ଯାନବାହନ ଜଳିପୋଡ଼ିଯାଇଛି । ତେବେ ନିଆଁକୁ ବର୍ତ୍ତମାନ ନିୟନ୍ତ୍ରଣକୁ ନିଆଯାଇଛି ବୋଲି ଦିଲ୍ଲୀ ଅଗ୍ନିଶମ ସେବା କହିଛି।

ଦିଲ୍ଲୀ ଅଗ୍ନିଶମ ସେବା ଅନୁଯାୟୀ ମୋଟ ୧୦ ଟି କାର, ୧ ଟି ମୋଟରସାଇକେଲ, ୨ ସ୍କୁଟି, ୩୦ ଟି ନୂଆ ଇ-ରିକ୍ସା ଏବଂ ୫୦ ଟି ପୁରୁଣା ଇ-ରିକ୍ସା ଜଳିଯାଇଛି । ତେବେ କୌଣସି ମାନବିକ କ୍ଷୟକ୍ଷତି ହୋଇନାହିଁ।

ଯେଉଁଠାରେ ଅଗ୍ନିକାଣ୍ଡ ଘଟିଥିଲା ସେହି ପାର୍କିଂ ସ୍ଥାନରେ ଇ-ରିକ୍ସା ଚାର୍ଜ କରାଯାଉଥିଲା । ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଅଗ୍ନିକାଣ୍ଡର ଏହି ଘଟଣା ଆଜି ସକାଳ ପ୍ରାୟ ୫ ଟାରେ ଘଟିଥିଲା। ମଙ୍ଗଳବାର ବିଳମ୍ବିତ ରାତିରେ ଉତ୍ତର ବ୍ଲକରେ ଅବସ୍ଥିତ ଗୃହ ମନ୍ତ୍ରଣାଳୟରେ ଅଗ୍ନିକାଣ୍ଡ ଘଟିଛି। ଜାମିଆ ନାଗରରେ ଅଗ୍ନିକାଣ୍ଡ ଘଟିବା ପୂର୍ବରୁ ମଙ୍ଗଳବାର ବିଳମ୍ବିତ ରାତିରେ ଉତ୍ତର ବ୍ଲକର ଗୃହ ମନ୍ତ୍ରଣାଳୟରେ ନିଆଁ ଲାଗିଯାଇଥିଲା। ତେବେ ତୁରନ୍ତ ଅଗ୍ନିଶମ ବାହିନୀ ଗାଡି ଦ୍ୱାରା ନିଆଁକୁ ଆୟତ୍ତ କରାଯାଇଥିଲା। ଏହାପୂର୍ବରୁ ସୁପ୍ରିମକୋର୍ଟ ପରିସରରେ ଥିବା ଏକ ବ୍ୟାଙ୍କରେ ଅଗ୍ନିକାଣ୍ଡ ମାମଲା ମଧ୍ୟ ସାମ୍ନାକୁ ଆସିଥିଲା।

Leave A Reply

Your email address will not be published.