ରାଂଚି(ଓଡ଼ିଆ ନ୍ୟୁଜ୍): ଦୁଷ୍କର୍ମ ଅଭିଯୁକ୍ତଙ୍କୁ ପ୍ରଜାକୋର୍ଟରେ ମିଳିଲା ମୃତ୍ୟୁ ଦଣ୍ଡ । ୨ ଦୁଷ୍କର୍ମ ଅଭିଯୁକ୍ତଙ୍କୁ ବାନ୍ଧି ଜାଳିଦେଲେ ଗାଁ ଲୋକେ । ଏପରି ଘଟଣା ଘଟିଛି ଝାରଖଣ୍ଡ ଗୁମଲା ଜିଲ୍ଲାର ସଦର ଥାନା ଇଲାକାର ଅଂଚଳରେ। ପୋଡିଦେବା ପରେ ଜଣେ ଅଭିଯୁକ୍ତଙ୍କ ମୃତ୍ୟୁ ହୋଇଛି। ଅନ୍ୟଜଣେ ଅଭିଯୁକ୍ତର ଅବସ୍ଥା ସଙ୍କଟାପନ୍ନ ରହିଛି । ଗୁରୁତରକୁ ଉଦ୍ଧାର କରି ହସ୍ପିଟାଲ ପଠାଇଛି ପୋଲିସ ।

ସୂଚନା ମୁତାବକ, ଗାଁର ଜଣେ ଯୁବତୀ ବାହାରକୁ ଯାଇଥିଲେ ।ଏହାର ସୁଯୋଗ ନେଇ ଏହି ଦୁଇ ଯୁବକ ମିଶି ଯୁବତୀଙ୍କ ସହ ଦୁଷ୍କର୍ମ କରିଥିଲେ । ପୀଡିତାଙ୍କ ମା’ ଆସି ଗାଁରେ ଏହା କହିବା ପରେ ତାତି ଉଠିଥିଲେ ଗାଁଲୋକେ । ଦୁଇଜଣଙ୍କ ଉପରେ ପେଟ୍ରୋଲ ଢାଳି ନିଆଁ ଲଗାଇଦେଲେ । ପୋଲିସର କହିବା ମୁତାବକ, ଘଟଣାରେ ସୁନୀଲ ଉରାଉର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବାବେଳେ ଆଶିଷ ନାମକ ଯୁବକ ଗୁରୁତର ହୋଇପଡିଛି ।