ଧୋକା ଦେଲା ମୌସୁମୀ, ବିଳମ୍ବରେ ଓଡ଼ିଶା ଆସିବ

0

ଭୁବନେଶ୍ୱର(ଓଡ଼ିଆ ନ୍ୟୁଜ୍‌): ଓଡିଶାକୁ ନିରାଶ କଲା ମୌସୁମୀ । ଏଥର ବିଳମ୍ୱରେ ଓଡ଼ିଶା ଛୁଇଁବ। ଏ ନେଇ ସ୍ପଷ୍ଟ କଲା ଭାରତୀୟ ପାଣିପାଗ ବିଭାଗ । ୧୩ ତାରିଖ ପର‌୍ୟ୍ୟନ୍ତ ମୌସୁମୀ ଛୁଇଁବ ନାହିଁ ଓଡିଶା । ସାଧାରଣତ ଜୁନ ୧୨ ରୁ ୧୫ ମଧ୍ୟରେ ମୌସୁମୀ ଓଡିଶା ଛୁଇଁଥାଏ । ବର୍ତ୍ତମାନ ଉତ୍ତର ପଶ୍ଚିମ ପବନ ପାଇଁ ମୌସୁମୀ ବିଳମ୍ବ ହେଉଛି ।


ଫଳରେ ରାଜ୍ୟରେ ଅସହ୍ୟ ଗୁଳୁଗୁଳି ସାଙ୍ଗକୁ ଗ୍ରୀଷ୍ମ ପ୍ରବାହ ଲାଗି ରହିବ ବୋଲି ଅନୁମାନ ଲଗାଇଛି ପାଣିପାଗି ବିଭାଗ । ପାଣିପାଗ ବିଭାଗର ପୂର୍ବାନୁମାନ ମୁତାବକ ଆଜି ଓ କାଲି ଦୁଇ ଦିନ ରାଜ୍ୟରେ ଗ୍ରୀଷ୍ମ ଲହରୀ ଜାରି ରହିବ । ସମ୍ବଲପୁର, ସୋନପୁର, ବରଗଡ଼, ବଲାଙ୍ଗୀର, ନୂଆପଡ଼ା, ବୌଦ୍ଧ, ଝାରସୁଗୁଡ଼ା ଓ କଳାହାଣ୍ଡି ଜିଲ୍ଲାରେ ପ୍ରଚଣ୍ଡ ତାତି ଅନୁଭୂତ ହେବ ।

Leave A Reply

Your email address will not be published.