ଭୁବନେଶ୍ବର(ଓଡ଼ିଆ ନ୍ୟୁଜ୍): ଜୁଲାଇ ୨ରୁ ବସିବ ମୌସୁମୀ ଅଧିବେଶନ । ଏଥର ୨୪ ଦିନ ଧରି ଚାଲିବ ମୌସୁମୀ ଅଧିବେଶନ। ଅଗଷ୍ଟ ୪ ପର୍ଯ୍ୟନ୍ତ ଚାଲିବ ଏହି ଅଧିବେଶନ। ଅଧିବେଶନ କାଳରେ ଗୃହରେ ଆଗତ ହେବ ପୂର୍ଣ୍ଣାଙ୍ଗ ବଜେଟ। ପ୍ରଥମ ଦିନରେ ହିଁ ଗୃହରେ ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପନ କରିବେ ଅର୍ଥମନ୍ତ୍ରୀ। ଜୁଲାଇ ୩୦ରେ ଗୃହରେ ବ୍ୟୟ ମଞ୍ଜୁରୀ ବିଲ୍ ଆଗତ ହେବ ।

ସୂଚନାଯୋଗ୍ୟ, ପଞ୍ଚାୟତ ଓ ପୈର ନିର୍ବାଚନ ପାଇଁ ୨୦୨୨-୨୩ର ପୂର୍ଣ୍ଣାଙ୍ଗ ବଜେଟ୍ ପରିବର୍ତ୍ତେ ରାଜ୍ୟ ସରକାର ୪ମାସିଆ କାମଚଳା ବଜେଟ ଉପସ୍ଥାପିତ କରିଥିଲେ। ତେଣୁ ଜୁଲାଇ ୩୧ ପୂର୍ବରୁ ବଜେଟ୍ ଗୃହର ଅନୁମୋଦନ ଲାଭ କରିବା ବାଧ୍ୟତାମୂଳକ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କ ବିଦେଶ ଗସ୍ତ ଶେଷ କରି ଜୁଲାଇ ୧ ରେ ଭୁବନେଶ୍ୱର ଫେରିବା ପରେ ବଜେଟ୍ ଅଧିବେଶନ ଆରମ୍ଭ ହେବ। ତା ସହିତ ଏଥର ନୂଆ ବାଚସ୍ପତି ଗୃହ ପରିଚାଳନା କରିବେ। ଉଭୟ ଶାସକ ଓ ବିରୋଧୀଙ୍କୁ ନେଇ ସେ କିପରି ଶାନ୍ତି ଶୃଙ୍ଖଳାରେ ସୁରୁଖୁରୁରେ ଗୃହ ଚଳାଇବେ, ତା ଉପରେ ନଜର ରହିଛି।