ସାବଧାନ: ଗୁଗୁଲ୍ ପ୍ଲେ ଷ୍ଟୋରରେ ରହିଛି ଏହି ୪୫ ଫ୍ରଡ୍ ଲୋନ ଆପ୍

0

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ଡିଜିଟାଲ ଆପ୍ ରେ ଲୋନ କରୁଛନ୍ତି କି ତେବେ ହୋଇଯାଅନ୍ତୁ ସାବଧାନ । ନହେଲେ ବଡ ଧରଣର ଠକେଇର ଶିକାର ହୋଇପାରନ୍ତି ଆପଣ । ସୂଚନାନୁସାରେ ଗୁଗୁଲ ପ୍ଲେ ଷ୍ଟୋରରେ ରହିଛି ୪୫ଟି ଫେକ୍ ଲୋନ ଆପ୍ । ବିଭିନ୍ନ ସ୍ଥାନରେ ସାଇବର ଠକେଇ ମାମଲା ବଢୁଥିବା ବେଳେ ଏବେ ଫେକ୍ ଲୋନ୍ ଆପ୍ ଗୁଡିକ ମଧ୍ୟ ବେଆଇନ ଭାବେ ଲୋକଙ୍କୁ ସ୍ୱଳ୍ପ ମିଆଦୀ ଋଣର ଲୋଭ ଦେଖାଇ ଅଧିକ ସୁଧ ନେଉଛନ୍ତି । ଏଥିପାଇଁ ଆକ୍ସନ ମୁଡରେ ଓଡିଶା ପୋଲିସର ଇକୋନୋମିକ୍ ଅଫେନ୍ସ ୱିଙ୍ଗ୍ । ଗୁଗୁଲ ପ୍ଲେ ଷ୍ଟୋରରେ ରହିଥିବା ୪୫ଟି ଫ୍ରଡ୍ ଲୋନ ଆପ୍ କୁ ନେଇ ଗୁଗୁଲକୁ ଚିଠି ଲେଖି ଅବଗତ କରିଛି EOW ଏଥିସହ 45 ଟି ଆପକୁ ହଟାଇବାକୁ ଗୁଗୁଲକୁ କହିଛି।

ଗତ ୭ ତାରିଖରେ ଲେଖାଯାଇଥିବା ଏକ ଚିଠିରେ ୪୫ଟି ଆପ୍ ର ନାଁ ଉଲ୍ଲେଖ ରହିଛି । ସେଗୁଡିକ ହେଲା-
୧. Beloan App

୨. Go Cash

୩. Go Go loan

୪. INS Loan

୫. Asan Loan

୬. Fastcash/ Cash Fast

୭. Flipcash

୮. Rupee Wallet

୯. Rupee King

୧୦. Fast Rupee

୧୧. Easy Credit Loan

୧୨. Cash Cola

୧୩. Infinity q

୧୪. Sunshine

୧୫. Agile loan

୧୬. AGLONR

୧୭.Credit wallet

୧୮ OB cash loan

୧୯. Onstream App

୨୦. Money tree

୨୧. Discover loan

୨୨. Cash pocket

୨୩. Hello rupee

୨୪. Small credit

୨୫. Moneyhouse/Crystal loan

୨୬.Fresh loan

୨୭. Cash room

୨୮ Pesin Bee

୨୯.Life stream loan

୩୦.Star loan

୩୧.Yes rupee

୩୨. Eslite loan

୩୩. Ariaeko loan

୩୪.Fast coin/ cash advance

୩୫ Lucky rupee/quick loan/bike loan/cash market/money loan

୩୬. Fair credit loan

୩୭.Ok rupee loan

୩୮. Hone loan/rupee tiger/geta cash/little borrow/rich cash

୩୯.Rupee spark

୪୦. More cash/fish loan

୪୧.. Flash rupee

୪୨. Dhani loan

୪୩. Magic money loan

୪୪. Money voult

୪୫. Instant loan/ Dutta loan bike loan/ mobile loan

ପୂର୍ବରୁ ଏହିଭଳି ୨ଟି ଫ୍ରଡ୍ ଲୋନ୍ ଆପ୍ କୋକୋ ଲୋନ୍ ଓ ଜୋଜୋ ଲୋନ୍ ଆପ୍ ବିଷୟରେ କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା ପକ୍ଷରୁ ଅବଗତ କରାଯାଇଥିଲା । ଅଧିକ ତଦନ୍ତ ପାଇଁ ଏହି ଆପ୍ର ସମସ୍ତ ତଥ୍ୟ ମାଗିଥିଲା କ୍ରାଇମବ୍ରାଞ୍ଚ । EOW ଦ୍ୱାରା ରିପୋର୍ଟ ଅନୁଯାୟୀ ଏହି ଫ୍ରଡ୍ ଲୋନ୍ ଆପ୍ ଲୋକଙ୍କୁ ହଇରାଣ କରନ୍ତି, ବ୍ଲାକ୍ମେଲ୍ କରନ୍ତି ଏବଂ ଅଶ୍ଳିଳ ଭାଷା କହି ବଦ୍ନାମ କରନ୍ତି ।

ଏହାଦ୍ୱାରା ଋଣ ନେଇଥିବା ଅନେକ ବ୍ୟକ୍ତି ଆତ୍ମହତ୍ୟା ଭଳି ଚରମ ପନ୍ଥା ମଧ୍ୟ ଆପଣାଇଛନ୍ତି । ଏଭଳି କରିବା ପାଇଁ ରିଜର୍ଭ ବ୍ୟାଙ୍କର ଅନୁମତି ନାହିଁ । ତେଣୁ ଏଗୁଡିକୁ ଗୁଗୁଲ ପ୍ଲେ ଷ୍ଟୋରରୁ ହଟାଇବା ପାଇଁ ଗୁଗୁଲକୁ ଚିଠି ଲେଖିଛି କ୍ରାଇମବ୍ରାଞ୍ଚର EOW। EOW ନିକଟରେ ତିନିଜଣ ସାଇବର ଅପରାଧୀଙ୍କୁ ଗିରଫ କରିଛି ଯେଉଁମାନେ ଏହିପରି ମୋବାଇଲ୍ ଆପ୍ ମାଧ୍ୟମରେ ରାଜ୍ୟରେ ଅନେକ ଲୋକଙ୍କୁ ଫ୍ରଡ ଆପ୍ ମାଧ୍ୟମରେ ଠକିଛନ୍ତି ।

Leave A Reply

Your email address will not be published.