ଋଷ-ୟୁକ୍ରେନ୍ ଯୁଦ୍ଧ: ନାଟୋ ବୈଠକରେ ସାମିଲ ହେବେ ଜେଲେନସ୍କି

0

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ଋଷ-ୟୁକ୍ରେନ୍ ଯୁଦ୍ଧ ଦୀର୍ଘ ୧୦୦ ଦିନ ଧରି ଜାରି ରହିଛି । ଏହି ଯୁଦ୍ଧ ଭିତରେ ଏକ ବଡ଼ ଖବର ଆସି ପହଞ୍ଚିଛି ଯେ, ନାଟୋ ବୈଠକରେ ଉପସ୍ଥିତ ରହିବେ ଜେଲେନସ୍କି । ଚଳିତ ମାସରେ ହେବାକୁ ଥିବା ନର୍ଥ ଆଟ୍ଲାଣ୍ଟିକ୍ ଟ୍ରିଟି ଅର୍ଗାନାଇଜେସନ୍ (ନାଟୋ) ବୈଠକରେ ୟୁକ୍ରେନ୍ ରାଷ୍ଟ୍ରପତି ଜେଲେନ୍ସ୍କି ଅଂଶଗ୍ରହଣ କରିବେ । ନାଟୋ ଉପମହାସଚିବ ମିରାସିୟା ଜୋଏନ୍ ସୂଚନା ଦେଇଛନ୍ତି କି ଜୁନ୍ ୨୮-୨୯ରେ ହେବାକୁ ଥିବା ଏହି ଶିଖର ସମ୍ମିଳନୀରେ ୟୁକ୍ରେନ୍ ରାଷ୍ଟ୍ରପତିଙ୍କୁ ଯୋଗ ଦେବା ପାଇଁ ଆହ୍ୱାନ କରାଯାଇଛି ।

ନାଟୋର ଏହି ବୈଠକ ସ୍ପେନ୍ର ମାଦ୍ରିଦ୍ରେ ଅନୁଷ୍ଠିତ ହେବ । ଏହି ଶିଖର ସମ୍ମିଳନୀରେ ନାଟୋ ସହ ସମ୍ବନ୍ଧ ରଖୁଥିବା ଅଷ୍ଟ୍ରେଲିଆ, ନ୍ୟୁଜିଲାଣ୍ଡ, ଜାପାନ ଓ ଦକ୍ଷିଣ କୋରିଆ ବି ସାମିଲ ହେବେ ବୋଲି ମିରାସିୟା କହିଛନ୍ତି । ବୈଠକରେ ନାଟୋର ବିସ୍ତାରିତ ଦିଗକୁ ନେଇ ଚର୍ଚ୍ଚା କରାଯିବ । ତେବେ ରୁଷ୍-ୟୁକ୍ରେନ୍ ଯୁଦ୍ଧ ପ୍ରସଙ୍ଗ ଏହି ବୈଠକର ମୂଳ ଏଜେଣ୍ଡା ରହିବ ବୋଲି ଅନୁମାନ କରାଯାଉଛି । ଖୁବ୍ଶୀଘ୍ର ଫିନ୍ଲାଣ୍ଡ ଓ ସ୍ୱିଡେନ୍ ନାଟୋରେ ସାମିଲ ହେବେ ବୋଲି ମିରାସିୟା ଆଶାବାଦୀ ଥିବା ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.