ଲୋକପ୍ରିୟ ଫ୍ୟାସନ୍ ଡିଜାଇନର ପ୍ରତ୍ୟୁଷା ଗାରିମେଲାଙ୍କ ମୃତଦେହ ଉଦ୍ଧାର

0

ହାଇଦ୍ରାବାଦ (ଓଡ଼ିଆ ନ୍ୟୁଜ୍): ଲୋକପ୍ରିୟ ସେଲିବ୍ରିଟି ଫେସନ୍‌ ଡିଜାଇନର ପ୍ରତ୍ୟୁଷା ଗାରିମେଲାଙ୍କ ମୃତଦେହ ଉଦ୍ଧାର ହୋଇଛି। ବାଥ୍ ରୁମରୁ ସନ୍ଦେହ ଜନକ ଅବସ୍ଥାରେ ତାଙ୍କର ମୃତଦେହକୁ ଉଦ୍ଧାର କରିଛି ପୋଲିସ।  ଏହା ସହ ବାଥ୍ରୁମ୍‌ରୁ କାର୍ବନ୍‌ ମନୋକ୍ସାଇଡ୍‌ ଜବତ କରାଯାଇଛି ପୋଲିସ। ସନ୍ଦେହ କରାଯାଉଛି ଯେ, ପ୍ରତ୍ୟୁଷା ହିଁ ତାହାକୁ ବ୍ୟବହାର କରିଥିଲେ । ଷ୍ଟିମ୍‌ ସହ ସେ କାର୍ବନ୍‌ ମନୋକ୍ସାଇଡ୍‌ ନେଇଥିଲେ ଯେଉଁଥି ପାଇଁକିି ତାଙ୍କର ମୃତ୍ୟୁ ଘଟିଥିବା ପ୍ରାଥମିକ ତଦନ୍ତରୁ ପୋଲିସ କହିଛି ।

ପୋଲିସ ସନ୍ଦିଗ୍ଧ ଭାବେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ପ୍ରତ୍ୟୁଷାଙ୍କ ପରିବାର ଏବଂ ବନ୍ଧୁଙ୍କୁ ତାଙ୍କର ମୃତ୍ୟୁ ଖବର ଜଣାଇ ଦିଆଯାଇଛି । କୁହାଯାଉଛି ଯେ, ସେ କୌଣସି ଘଟଣାକୁ ନେଇ ଖୁବ ମାନଷିକ ଚାପରେ ଥିଲେ ଏବଂ ଏଭଳି କରି ଆତ୍ମହତ୍ୟା କରିଥାଇପାରନ୍ତି । କିନ୍ତୁ ମୃତ୍ୟୁର ପ୍ରକୃତ କାରଣ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଜଣାପଡିବ । ଘଟଣାକୁ ନେଇ ଛାନଭିନ୍‌ ଆରମ୍ଭ କରିଦେଇଛି ପୋଲିସ । ପରିବାର ଲୋକେ ହତ୍ୟା କରାଯାଇଥିବା ନେଇ ଅଭିଯୋଗ ଆଣିଛନ୍ତି ।

Leave A Reply

Your email address will not be published.