ଆସନ୍ତା କାଲି ସ୍ନାନ ଯାତ୍ରା, ପୁରୀ ସହରରେ କେମିତି ରହିବ ଟ୍ରାଫିକ ଓ ପାର୍କିଂ ବ୍ୟବସ୍ଥା ବିସ୍ତୃତ ଭାବେ ଜାଣି ନିଅନ୍ତୁ
ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ସ୍ନାନଯାତ୍ରା ପାଇଁ ପୁରୀ ସହର ଓ ଆଖପାଖ ଅଞ୍ଚଳରେ ଟ୍ରାଫିକ କଟକଣା ଓ ପାର୍କିଂ ବ୍ୟବସ୍ଥା କରାଯାଇଛି l ପୋଲିସ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି l
1 ପୁରୀକୁ ଭୁବନେଶ୍ୱର, କୋଣାର୍କ ପଟୁ ଆସୁଥିବା ସମସ୍ତ ଯାତ୍ରୀବାହୀ ବସ୍ ଶରଧାବାଲି ପୌରସଂସ୍ଥା ବସଷ୍ଟାଣ୍ଡ ମଧ୍ୟରୁ ଚଳାଚଳ ଓ ପାର୍କିଂ କରିବେ ।
2 ପୁରୀରେ ଚଳାଚଳ କରୁଥିବା ଟାଉନ ବସ୍ ଗୁଡିକ ବଡଦାଣ୍ଡର ମେଡ଼ିକାଲ ଛକ ପର୍ଯ୍ୟନ୍ତ ଚଳାଚଳ କରିବ।
3 ପୁରୀକୁ ଆସୁଥିବା ଦୁଇ ଚକିଆ ଯାନ ଗୁଡିକ ବଡଦାଣ୍ଡର ମରଚିକୋଟ ଛକଠାରୁ ମାର୍କେଟ ଛକ ପର୍ଯ୍ୟନ୍ତ ପାର୍କିଂ କରିପାରିବ।
4 ଚାରି ଚକିଆ ଯାନ ଗୁଡିକ ପାର୍କିଂ କରିବା ପାଇଁ ଜଗନ୍ନାଥ ବଲ୍ଲଭ ମଠ,,ଶରଧାବାଲି,,ଯାତ୍ରୀକା,,ବ୍ଲୁଫ୍ଲାଗ୍ ବିଚ୍ ,,ଦିଗବାରେଣୀ ନିକଟରେ ପାର୍କିଂର ବ୍ୟବସ୍ଥା କରାଯାଇଛି।
5 ମହାପ୍ରଭୁଙ୍କ ସ୍ନାନନୀତି ଦର୍ଶନ ପାଇଁ ମରଚିକୋଟ ଛକଠାରୁ ଜଗାବଳିଆ ଲଜ୍ ପର୍ଯ୍ୟନ୍ତ ‘ ନୋ ଭେଇକିଲ୍ ଜୋନ୍ ‘ ଘୋଷଣା କରାଯାଇଛି।
6 ଏହି ଟ୍ରାଫିକ କଟକଣା ଆଜି ମଧ୍ୟରାତ୍ରରୁ ଆରମ୍ଭ ହୋଇ ଆସନ୍ତାକାଲି ମଧ୍ୟରାତ୍ର ପର୍ଯ୍ୟନ୍ତ ଜାରି ରହିବ।
7 ପୋଲିସ ସହଯୋଗ ପାଇଁ 24 ଘଣ୍ଟିଆ ହେଲପ୍ ଲାଇନ୍ ଜାରି କରାଯାଇଛି। ସେହି ନମ୍ବର ହେଉଛି 6370967100 ।
ସେହିପରି ସ୍ନାନଯାତ୍ରାକୁ ନେଇ ପୋଲିସ ପ୍ରଶାସନର ସମୀକ୍ଷା ବୈଠକ ଆରମ୍ଭ। ଟାଉନହଲ୍ ଠାରେ ଅତିରିକ୍ତ ଡିଜି ରାଧାକୃଷ୍ଣ ଶର୍ମାଙ୍କ ଅଧକ୍ଷତାରେ ବୈଠକ ଆରମ୍ଭ। ବୈଠକରେ ସ୍ନାନଯାତ୍ର ରେ ନିୟୋଜିତ ସମସ୍ତ ଅଧିକାରୀ ଉପସ୍ଥିତ। ଶ୍ରୀମନ୍ଦିର ଚତୁର୍ପାଶ୍ୱ ସମେତ ସହରର ଆଇନଶୃଙ୍ଖଳା ପରିସ୍ଥିତି ରକ୍ଷା ସହ ଟ୍ରାଫିକ ଓ ଭିଡ ନିୟନ୍ତ୍ରଣ ନେଇ ମୁଖ୍ୟତଃ ହେଉଛି ଆଲୋଚନା। ବୈଠକରେ କେନ୍ଦ୍ରାଞ୍ଚଳ ଆଇଜି, ପୁରୀ ଏସପିଙ୍କ ସମେତ ବରିଷ୍ଠ ପୋଲିସ ଅଧିକାରୀ ମାନେ ଉପସ୍ଥିତ ଅଛନ୍ତି।