ଆଜି ରଜ ସଜ: ହାତରେ ମେହେନ୍ଦୀଟ୍ଟ ପାଦରେ ଅଳତା ନାଇ ସଜେଇ ହେଉଛନ୍ତି ଝିଅବୋହୂ

0

ଭୁବନେଶ୍ଵର(ଓଡ଼ିଆ ନ୍ୟୁଜ୍‌): ଆଜି ରଜ ସଜ, ରାତି ପାହିଲେ ପହିଲି ରଜ । ଏଥି ପାଇଁ ଉତ୍ସବ ମୁଖର ଗାଁ ଠୁ ସହର । ଦୀର୍ଘ ଦୁଇ ବର୍ଷ ପରେ କୋଭିଡ୍ କଟକଣା ହଟିଥିବା ଯୋଗୁଁ ଚଳିତ ବର୍ଷ ରଜ ପର୍ବ ପାଳନ ପାଇଁ ସମସ୍ତଙ୍କ ମନରେ ଭରି ରହିଛି ଖୁବ୍ ଉତ୍ସାହ ଓ ଉଦ୍ଦୀପନା। ଆସନ୍ତାକାଲି ପହିଲି ରଜ ଥିବାରୁ ଆଜି ନିଜକୁ ବିଭିନ୍ନ ଶୈଳୀରେ ସଜେଇବାରେ ଲାଗିଛନ୍ତି କୁଆଁରୀ ଝିଅ ଓ ଭୁଆଶୁଣୀମାନେ। ହାତରେ ମେହେନ୍ଦୀ, ପାଦରେ ପଟାପଟା ଅଳତା, ଓ ମଥାରେ ଟିପିଟିପି କୁଙ୍କୁମ ନାଇ ସଜେଇ ହେଉଛନ୍ତି । ବର୍ଷକୁ ୪ ଦିନ ଏହି ଗଣ ପର୍ବ ପାଇଁ ଘରେଘରେ ପିଠାପଣା ପ୍ରସ୍ତୁତ ହେବା ସହ ଝିଅମାନେ ରଜ ଦୋଳିର ମଜା ନେବା ପାଇଁ ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି । ପୁ÷ମାନେ ମଧ୍ୟ ପଚରେ ନାହାନ୍ତି । ତାସ୍‌, ବାଗୁଡି, ଦାଣ୍ଡିଆ ଖେଳିବାକୁ ନିଜକୁ ପ୍ରସ୍ତୁତ କରିସାରିଲେଣି ।

ଦୁଇବର୍ଷର ବ୍ୟବଧାନ ପରେ ଚଳିତ ବର୍ଷ ପାଳନ ହେଉଛି ରଜ ସଜବାଜ। କରୋନା ପାଇଁ ରଜ ପାଳନ ଉପରେ ଲାଗିଥିଲା କଟକଣା। ଲୋକେ ଘରେ ରହି ରଜ ପାଳନ କରିଥିଲେ। କରୋନା ମହାମାରୀ ଯୋଗୁଁ ଫିକା ପଡି ଯାଇଥିଲା ରଜ ମଉଜ। ଏ ବର୍ଷ ବଡ ଧୁମଧାମରେ ରଜପର୍ବ ପାଳନ ହେଉଛି।

Leave A Reply

Your email address will not be published.