ବଜ୍ରପାତରେ ଗଲା ଭାଇଭଉଣୀଙ୍କ ସମେତ ୩ ଜଣଙ୍କ ଜୀବନ

0

ଉମରକୋଟ(ଓଡ଼ିଆ ନ୍ୟୁଜ୍‌): ଜମିରେ ବିହନ ବୁଣୁଥିବା ସମୟରେ ବଜ୍ରାଘାତ ଘଟି ଭାଇଭଉଣୀଙ୍କ ସମେତ ୩ ଜଣଙ୍କ ଜୀବନ ଯାଇଛି। ଏଭଳି ହୃଦୟବିଦାରକ ଘଟଣା ଘଟିଛି ନବରଙ୍ଗପୁର ଜିଲ୍ଲା ରାଇଘର ଥାନା ଅଞ୍ଚଳରେ। ସୂଚନାଅନୁଯାୟୀ, ଆଜି ଅପରାହ୍ନରେ ରାଇଘର ବ୍ଲକ୍ ମୁଣ୍ଡିବେଡ଼ା ପଞ୍ଚାୟତ ପାତ୍ରିମାଲ ଗାଁର ରାୟମଣୀ ଗଣ୍ଡ ନିଜ ଚାଷ ଜମିରେ ହଳ କରିବା ପାଇଁ ପଡ଼ୋଶୀ ଖରକାରପାରା ଗ୍ରାମର ଏକ ଟ୍ରାକ୍ଟର ଭଡ଼ାରେ ଆଣିଥିଲେ। ତାଙ୍କୁ କାମରେ ସହଯୋଗ କରିବାକୁ ତାଙ୍କ ଭାଇ ଜନ ସିଂ ଅଣ୍ଟି ଛତିଶଗଡ଼ରୁ ଆସିଥିଲେ। ରାୟମଣୀ ଗଣ୍ଡ ଧାନ ବୁଣୁଥିବା ସମୟରେ ହଠାତ୍ ବଜ୍ରାଘାତ ହୋଇଥିଲା। ଘଟଣା ସ୍ଥଳରେ ଜମି ମାଲିକ ରାୟମଣୀ ଗଣ୍ଡ ଓ ତାଙ୍କ ଭାଇ ଜନସିଂ ଅଣ୍ଟିଙ୍କ ସମେତ ଟ୍ରାକ୍ଟର ଡ୍ରାଇଭର୍ ଅମରୁ ନାୟକଙ୍କ ମୃତ୍ୟୁ ହୋଇଛି।

Leave A Reply

Your email address will not be published.