ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ପୁଣି କାୟା ମେଲାଇଲାଣି କରୋନା । ଭାରତରେ କରୋନା ବିପଦ କ୍ରମାଗତ ଭାବେ ବଢୁଥିବା ପରି ମନେ ହେଉଛି । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୧୩ ହଜାରରୁ ଅଧିକ କରୋନା ମାମଲା ରିପୋର୍ଟ ହୋଇଛି। ଗତ ଗୋଟିଏ ଦିନରେ ମୋଟ ୧୩,୨୧୬ ମାମଲା ପଞ୍ଜିକୃତ ହୋଇଥିଲା । ଏହି ସମୟରେ କରୋନାରେ ୨୩ ଜଣଙ୍କର ମୃତ୍ୟୁ ହୋଇଥିଲା। ନୂତନ ଆକଳନ ପରେ ଦେଶରେ ସକ୍ରିୟ ମାମଲା ସଂଖ୍ୟା ୬୮ ହଜାର ଅତିକ୍ରମ କରିଛି।
ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା ପ୍ରକାଶିତ ନୂତନ ତଥ୍ୟ ଅନୁଯାୟୀ ଗତ ୨୪ ଘଣ୍ଟା ମଧ୍ୟରେ ମୋଟ ୮,୧୪୮ ରୋଗୀ ଆରୋଗ୍ୟ ଲାଭ କରିଛନ୍ତି। ଏଥି ସହିତ, ବର୍ତ୍ତମାନ ଭାରତରେ କରୋନାର ଦୈନିକ ପଜିଟିଭିଟି ହାର ୨.୭୩% ଅଟେ । ଗତ କିଛି ଦିନ ହେବ କରୋନା ମାମଲାରେ କ୍ରମାଗତ ବୃଦ୍ଧି ଘଟିଛି। ଯାହା ବିଶେଷଜ୍ଞମାନଙ୍କ ଚିନ୍ତା ବଢାଇଦେଇଛି ।