ଫଲୋଅପ୍ ଚିକିତ୍ସା ପାଇଁ ଏସସିବିରେ ଜଗା, ଆସିବେ ଦିଲ୍ଲୀ ବିଶେଷଜ୍ଞ ଟିମ୍

0

କଟକ(ଓଡ଼ିଆ ନ୍ୟୁଜ୍‌): ଚର୍ଚ୍ଚିତ କନ୍ଧମାଳର ଯୋଡା-ମୁଣ୍ଡ ଶିଶୁଙ୍କ ଭିତରୁ ଜଗା ଫଲୋଅପ୍ ଚିକିତ୍ସା ପାଇଁ ଏସସିବିରେ ଭର୍ତ୍ତି ହୋଇଛି । ଜଗା ଏବେ ମେଡିକାଲର ସ୍ନାୟୁଶଲ୍ୟ (ନ୍ୟୁରୋ ସର୍ଜରୀ) ବିଭାଗରେ ଚିକିତ୍ସିତ ହେଉଛି । ଶନିବାର ଦିଲ୍ଲୀ ଏମ୍ସ୍ର ଏକ ବିଶେଷଜ୍ଞ ଟିମ୍ ଏସ୍ସିବିକୁ ଆସିବେ ବୋଲି ଜଣାପଡିଛି । ଉକ୍ତ ଟିମ୍ ସହିତ ଜଗା-ବଳିଆଙ୍କୁ ଏମ୍ସ୍ରେ ଅପରେସନ କରି ଅଲଗା କରିଥିବା ଟିମ୍ ମୁଖ୍ୟ ପ୍ରଫେସର ଡାକ୍ତର ଅଶୋକ କୁମାର ମହାପାତ୍ର ମଧ୍ୟ  ଏସସିବି ଆସିପାରନ୍ତି । ଜଗାର ସ୍ୱାସ୍ଥ୍ୟବସ୍ଥା ଏବେ ଭଲ ଅଛି । ଜଗାର ମସ୍ତିସ୍କର କେତେ ବିକାଶ ଘଟିଛି ତାହା ଆଜି ଅନୁଧ୍ୟାନ କରାଯିବ ।

ସୂଚନାଯୋଗ୍ୟ, ୨୦୧୫ ଏପ୍ରିଲ ୯ ତାରିଖରେ କନ୍ଧମାଳ ଜିଲ୍ଲା ମିଲିପଡା ଗ୍ରାମର ପୁଷ୍ପାଞ୍ଜଳି କହଁର ଯୋଡା ମୁଣ୍ଡ ଶିଶୁପୁତ୍ର ଜନ୍ମ ଦେଇଥିଲେ । ୨୦୧୭ ଅଗଷ୍ଟ ୨୮ ଓ ୨୦୧୭ ଅକ୍ଟୋବର ୨୫ ତାରିଖରେ ଉଭୟଙ୍କୁ ଅଲଗା କରାଯାଇଥିଲା । ଜଗା-ବଳିଆଙ୍କୁ ୨୦୧୯ ଜୁଲାଇ ୭ ତାରିଖରେ ଏସ୍ସିବିକୁ ଡାକ୍ତରୀ ନିରୀକ୍ଷଣ ମଧ୍ୟରେ ରହିବା ପାଇଁ ପଠାଯାଇଥିଲା । ମାତ୍ର ୨୦୨୦ ନଭେମ୍ବର ୨୫ରେ ବଳିଆର ମୃତ୍ୟୁ ଘଟିଥିଲା ।

Leave A Reply

Your email address will not be published.