ବ୍ରହ୍ମପୁର(ଓଡ଼ିଆ ନ୍ୟୁଜ୍): ଭିଜିଲାନ୍ସ ଜାଲରେ କୋଟିପତି ସିଭିଲ୍ ସପ୍ଲାଏ ଅଫିସର(ସିଏସ୍ଓ) । ରାଜ୍ୟ ମୁଖ୍ୟାଳୟରେ କାର୍ୟ୍ୟରତ ସିଏସ୍ଓ ଅନାଦି ଚରଣ ସେଠୀଙ୍କ ଘର ସମେତ ୫ଟି ଜାଗାରେ ଆଜି ସକାଳୁ ଚାଲିଛି ଭିଜିଲାନ୍ସ ରେଡ। ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଅନାଦିଙ୍କର ଘରେ ରେଡ୍ କରାଯାଇଛି । ଗଞ୍ଜାମ ଜିଲ୍ଲା ଛତ୍ରପୁରର ୨ ଟି ସ୍ଥାନରେ ଚଢ଼ଉ ଚାଲିଛି । ଛଥ୍ରପୁର ରାମନଗର ଫାଷ୍ଟ ଲେନ୍ରେ ଥିବା ଘର ଓ ମାର୍କେଟ କଂପ୍ଲକ୍ସରେ ଚଢ଼ାଉ ଜାରି ହୋଇଛି।
ସେହିପରି ବ୍ରହ୍ମପୁର ଖାରବେଳନଗରରେ ଥିବା ଦୁଇ ମହଲା ବିଶିଷ୍ଟ ଘର, ବାଲେଶ୍ୱର ଅଙ୍ଗାରଗଡ଼ିଆରେ ଥିବା ବଡ଼ ଝିଅଙ୍କ ଘର ଓ ଭୁବନେଶ୍ୱର ଚନ୍ଦ୍ରଶେଖରପୁରରେ ବଡ଼ ପୁଅଙ୍କ ବାସଭବନରେ ଏକକାଳୀନ ଚଢ଼ାଉ କରାଯାଇଛି। ଏହି ଚଢ଼ାଉରେ ୪ ଜଣ ଡିଏସ୍ପି ଓ ୮ ଜଣ ଇନ୍ସପେକ୍ଟର ନିୟୋଜିତ ଅଛନ୍ତି ।