ପୁରୀ(ଓଡ଼ିଆ ନ୍ୟୁଜ୍): ବଡଦାଣ୍ଡରେ ନନ୍ଦିଘୋଷରେ ପିଟିହେଲା ପିକ୍ଅପ୍ ଭ୍ୟାନ୍ । ଆଜି ସକାଳେ ପୁରୀ ରଥଖଳା ନିକଟରେ ଏକ ପିକଅପ୍ ଭ୍ୟାନ ୨ ପର୍ଯ୍ୟଟକଙ୍କୁ ଧକ୍କା ଦେଇ ନନ୍ଦିଘୋଷ ରଥରେ ପିଟି ହୋଇଛି। ତେବେ ଡ୍ରାଇଭରଙ୍କୁ ଫିଟସ୍ ମାରିବାରୁ ଭାରସାମ୍ୟ ହରାଇ ଏଭଳି ହୋଇଯାଇଥିବା ଜଣାପଡ଼ିଛି। ଏଥିରେ ୨ ପର୍ୟ୍ୟଟକ ଆହତ ହୋଇଛନ୍ତି।
ସୂଚନାଅନୁଯାୟୀ, ଆଜି ସକାଳେ ପିକ୍ଅପ୍ ଭ୍ୟାନ୍ଟି ରଥଖଳା ଦେଇ ଯାଉଥିଲା। ଏହି ସମୟରେ ଡ୍ରାଇଭର ଅସିତଙ୍କୁ ଫିଟସ୍ ମାରିବାରୁ ଭାରସାମ୍ୟ ହରାଇ ଗାଡ଼ିଟି ୨ ପର୍ୟ୍ୟଟକଙ୍କୁ ଧକ୍କା ଦେଇଥିଲା। ତେବେ ଆହତ ଦୁଇଜଣ ପର୍ଯ୍ୟଟକ ହେଉଛନ୍ତି ଵୈଜୟନ୍ତୀ ସାହୁ ଏବଂ ଗିରୀଶ ସାହୁ । ଉଭୟ ଏହି ଦୁର୍ଘଟଣାରେ ଆହତ ହୋଇଥିବା ବେଳେ ପୁରୀ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି।