ବାରବାଟି ବିଧାୟକଙ୍କୁ ହାଇକୋର୍ଟଙ୍କ ବଡ଼ ଝଟ୍କା, ପିଟିସନ ଖାରଜ ସହ ୫ ହଜାର ଫାଇନ୍‌

0

କଟକ(ଓଡ଼ିଆ ନ୍ୟୁଜ୍‌): ବାରବାଟି ବିଧାୟକ ମହମ୍ମଦ ମୋକିମଙ୍କୁ ହାଇକୋର୍ଟଙ୍କ ବଡ଼ ଝଟ୍କା। ବାରବାଟୀ କଟକ ବିଧାନସଭା ନିର୍ବାଚନ ଅନିୟମିତତା ମାମଲା ନେଇ ଦାଖଲ କରିଥିବା ପିଟିସନ ଖାରଜ ସହ ୫ ହଜାର ଟଙ୍କାର ଜରିମାନା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ।

ସୂଚନା ଅନୁଯାୟୀ, କଂଗ୍ରେସର କଟକ ବାରବାରୀଟ ବିଧାୟକ ମହମ୍ମଦ ମୋକିମ ପ୍ରାର୍ଥୀପତ୍ର ସତ୍ୟପାଠରେ ଭୁଲ୍ ତଥ୍ୟ ଦେଇଥିବା ଅଭିଯୋଗ ହୋଇଥିଲା। ପୂର୍ବତନ ବିଧାୟକ ତଥା ବିଜେଡି ନେତା ଦେବାଶିଷ ସାମନ୍ତରାୟ ଏନେଇ ହାଇକୋର୍ଟରେ ଦ୍ୱାରସ୍ଥ ହୋଇଥିଲେ। ମୋକିମ ୨୦୧୯ ମସିହା ବିଧାନସଭା ନିର୍ବାଚନରେ ଦେଇଥିବା ସଥ୍ୟପାଠରେ ତାଙ୍କର ଅପରାଧିକ ରେକର୍ଡ ଓ ସମ୍ପତ୍ତି ବିଷୟରେ ଭୁଲ ତଥ୍ୟ ଦେଇଛନ୍ତି, ଯାହା ଲୋକପ୍ରତିନିଧି ଅଧିନିୟମ ୧୯୫୧ ଧାରା ୩୩କୁ ଉଲ୍ଲଂଘନ କରୁଛି ବୋଲି ଦେବାଶିଷ ଅଭିଯୋଗ କରି ହାଇକୋର୍ଟରେ ଦ୍ୱାରସ୍ଥ ହୋଇଥିଲେ। ବାରବାଟି ନିର୍ବାଚନକୁ ବରଖାସ୍ତ କରାଯାଉ ବୋଲି ସେ କୋର୍ଟରେ ଆବେଦନ କରିଥିଲେ।। ତେବେ ଦେବାଶିକଙ୍କ ଅଭିଯୋଗ ଖଣ୍ଡନ କରିବା ସହ ମାମାଲା ଖାରଜ କରିବାକୁ କୋର୍ଟରେ ଜାବାବୀ ଆବେଦନ କରିଥିଲେ ବିଧାୟକ ମହମ୍ମଦ ମୋକିମ। କୋର୍ଟ ଏହି ମାମଲାର ଶୁଣାଣି କରି ରାୟ ଶୁଣାଇଛନ୍ତି । ଦେବାଶିଷ ସାମନ୍ତରାୟଙ୍କ ଆବେଦନକୁ ଖାରଜ କରିବା ଲାଗି ମାମଲା ଦାୟରକୁ ଖାରଜ କରିଛନ୍ତି କୋର୍ଟ। ଏହି ମାମଲାକୁ ଖାରଜ କରିବା ସହ ବିଧାୟକଙ୍କ ଉପରେ ୫ ହଜାର ଟଙ୍କା ଫାଇନ ଲଗାଇଛନ୍ତି।

Leave A Reply

Your email address will not be published.