ଭୁବନେଶ୍ବର(ଓଡ଼ିଆ ନ୍ୟୁଜ୍): ଆଜି ଅନ୍ତର୍ଜାତୀୟ ଯୋଗ ଦିବସ। ଏନେଇ ଦେଶ ତଥା ରାଜ୍ୟର ବିଭିନ୍ନ ସ୍ଥାନରେ ଯୋଗ ଦିବସ ଦିବସ ପାଳନ କରାଯାଉଛି। ଏହି କ୍ରମରେ ନିଆରା ଅଭ୍ୟାସର ପ୍ରଦର୍ଶନ କରିଛନ୍ତି ଓଡ୍ରାଫ ଯବାନ। ଭୁବନେଶ୍ବର ସପ୍ତମ ବାଟାଲିୟନରେ ଚାଲିଛି ଏଭଳି ନିଆରା ଯୋଗାସନ।ପ୍ରାକୃତିକ ଦୁର୍ବିପାକରେ ମଣିଷଙ୍କ ସୁରକ୍ଷା ପାଇଁ ନିୟୋଜିତ ଥିବା ଓଡ୍ରାଫ ଯବାନମାନେ ସାମୁହିକ ଜଳ ଯୋଗାସନ କରିଛନ୍ତି। ସେମାନେ ପାଣି ଭିତରେ ଜୟହିନ୍ଦର ଡାକରା ଦେଇଛନ୍ତି।
ସେପଟେ କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ କୋଣାର୍କରେ ଅନୁଷ୍ଠିତ ଯୋଗ ଦିବସରେ ଅଂଶଗ୍ରହଣ କରି ଯୋଗାଭ୍ୟାସ କରିଛନ୍ତି। ସେହିପରି ପୁରୀ ଠାରେ କେନ୍ଦ୍ର ଦକ୍ଷତା ବିକାଶ ମନ୍ତ୍ରୀ ମହେନ୍ଦ୍ର ନାଥ ପାଣ୍ଡେ, ପୁରୀ ବିଧାୟକ ଜୟନ୍ତ ଷଡ଼ଙ୍ଗୀ, ରାଜ୍ୟ ସାଧାରଣ ସଂପାଦିକା ଲେଖାଶ୍ରୀ ସାମନ୍ତସିଂହାର ଓ ବିଜେପିର ରାଷ୍ଟ୍ରୀୟ ମୁଖପାତ୍ର ଡାକ୍ତର ସମ୍ବିତ ପାତ୍ର ଅନ୍ତର୍ଜାତୀୟ ଯୋଗ ଦିବସ କାର୍ୟ୍ୟକ୍ରମରେ ଯୋଗ ଦେଇଥିବା ବେଳେ ରାଜ୍ୟର ବିଭିନ୍ନ ସ୍ଥାନରେ ବିଜେପିର ବରିଷ୍ଠ ନେତାମାନେ ଯୋଗାଭ୍ୟାସରେ ଯୋଗଦେଇଛନ୍ତି ।