ମହାରାଷ୍ଟ୍ର ରାଜନୀତିରେ ମହାସଙ୍କଟ: ଭଙ୍ଗ ହେବ ବିଧାନସଭା !

0

ମୁମ୍ବାଇ(ଓଡ଼ିଆ ନ୍ୟୁଜ୍‌): ମହାରାଷ୍ଟ୍ର ରାଜନୀତିରେ ମହାସଙ୍କଟ । ଭଙ୍ଗ ହୋଇପାରେ ମହାରାଷ୍ଟ୍ର ବିଧାନସଭା । ଶିବସେନା ନେତା ସଞ୍ଜୟ ରାଉତ ଏଭଳି କିଛି ଟ୍ୱିଟ କରିଛନ୍ତି । ଯାହା ମହାରାଷ୍ଟ୍ରର ରାଜନୈତିକ ପାଣିପାଗକୁ ପୁରା କୋହଲା କରିଦେଇଛି । ଯାହା ମହାରାଷ୍ଟ୍ରର ଉଦ୍ଧବ ସରକାରଙ୍କର ଏବେ ମୁଣ୍ଡବ୍ୟଥାର କାରଣ ପାଲଟିଛି। ଏକାନାଥ ସିନେ୍ଧ ଗୁଆହାଟୀରେ ପଞ୍ଚିଥିବା ବେଳେ ଏପଟେ ଦଳ ଭିତରେ ଅସ୍ଥିରତା ଲାଗିରହିଛି । ବର୍ତ୍ତମାନ ସ୍ଥିତିରେ ବିଧାନସଭା ଭଙ୍ଗ କରିବା ପାଇଁ ସଞ୍ଜୟ ଏକପ୍ରକାର ସଙ୍କେତ ଦେଇସାରିଛନ୍ତି ।

ସେପଟେ ଉଦ୍ଧବ ସରକାରରେ ମନ୍ତ୍ରୀ ଥିବା ଆଦିତ୍ୟ ଠାକରେ ନିକଟରେ ଟ୍ୱିଟରରୁ ମନ୍ତ୍ରୀ ବାଓ ହଟାଇଛନ୍ତି । ଏହାପରେ ସରକାର ଭଙ୍ଗ ହେବା ନେଇ ମଧ୍ୟ ଆଭାସ ମିଳୁଛି । ତେବେ ବର୍ତ୍ତମାନ ଦଳ ବଦଳ ଆଇନ ଅନୁସାରେ ଯଦି ମୋଟ ବିଧାୟକ ମଧ୍ୟରୁ ଦୁଇ-ତୃତୀୟାଂଶ ବିଧାୟକ ଅନ୍ୟ ଦଳରେ ଯୋଗଦିଅନ୍ତି ତେବେ ସେମାନଙ୍କୁ ଅଯୋଗ୍ୟ ଘୋଷଣା କରାଯାଇଥାଏ । ଶିବସେନା ପାଖରେ ବର୍ତ୍ତମାନ ବିଧାନସଭାରେ ୫୫ ବିଧାୟକ ରହିଛନ୍ତି । ଏଥିରେ ଯଦି ଦଳବଦଳ ଆଇନରୁ ବର୍ତ୍ତିବାକୁ ବିଦ୍ରୋହୀ ଙ୍କୁ ୩୭ ବିଧାୟକଙ୍କ ଆବଶ୍ୟକତା ରହିଛି । ଯଦି ଏହି ସଂଖ୍ୟା ହାସଲ ନକରିପାରେ ଶିବସେନା ତେବେ ମହାରାଷ୍ଟ୍ର ସରକାର ଭାଙ୍ଗିବାଟା ନିଶ୍ଚିତ ।

Leave A Reply

Your email address will not be published.