ଭାଟିକାନରେ ପୋପଙ୍କୁ ଭେଟିଲେ ନବୀନ

0

ଭୁବନେଶ୍ୱର(ଓଡ଼ିଆ ନ୍ୟୁଜ୍‌): ଭାଟିକାନ ସିଟିରେ ଖ୍ରୀଷ୍ଟ ଧର୍ମଗୁରୁ ପୋପ୍ ଫ୍ରାନସିସଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରୋମ ଗସ୍ତ ଅବସରରେ ବିଶ୍ୱ ଜନସଂଖ୍ୟାର ପ୍ରାୟ ୬ ଭାଗରୁ ଭାଗେ ଲୋକଙ୍କ ଧର୍ମଗୁରୁ ପୋପ୍ ଫ୍ରାନସିସଙ୍କୁ ଭେଟିଛନ୍ତି ମୁଖ୍ୟମନ୍ତ୍ରୀ। ପ୍ରଥମ ମୁଖ୍ୟମନ୍ତ୍ରୀ ଭାବେ ପୋପଙ୍କୁ ସାକ୍ଷାତ କରିଛନ୍ତି ନବୀନ । ରୋମ୍ ସହିତ ଓଡ଼ିଶାର ରହିଛି ସାଂସ୍କୃତିକ ଓ ଐତିହ୍ୟର ସାମଞ୍ଜସ୍ୟ ।

ଇଟାଲି, ଗ୍ରୀସ୍ ସମେତ ୟୁରୋପରେ ଥିବା ପ୍ରବାସୀ ଓଡ଼ିଆଙ୍କୁ ଭେଟି ରାଜ୍ୟର ବିକାଶରେ ସହଯୋଗର ଆହ୍ବାନ ଦେବେ ମୁଖ୍ୟମନ୍ତ୍ରୀ । ଓଡିଶାର ବିପର‌୍ୟ୍ୟୟ ପରିଚାଳନା ସାଙ୍ଗକୁ କିଭଳି ଓଡିଶାର ଖାଦ୍ୟ ସୁରକ୍ଷା ପାଇଁ ଆନ୍ୟ ଉପରେ ନିର୍ଭରଶୀଳତାକୁ କମାଇ ପାରିଛି ସେନେଇ ଆଲୋକପାତ କରିବେ । ୟୁରୋପରେ ୫ ଦିନିଆ ରହଣୀ କାଳରେ ଅନେକ ଗୁରୁତ୍ବପୂର୍ଣ୍ଣ କାର‌୍ୟ୍ୟକ୍ରମରେ ଯୋଗଦେବେ ମୁଖ୍ୟମନ୍ତ୍ରୀ।

Leave A Reply

Your email address will not be published.