ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ଧର୍ମ ସଙ୍କଟରେ ପଡିଛନ୍ତି ବିଜେପି ସାଂସଦ ଜୟନ୍ତ ସିହ୍ନା । ଜୁଲାଇ ୧୮ରେ ହେବାକୁ ଥିବା ରାଷ୍ଟ୍ରପତି ନିର୍ବାଚନ ପାଇଁ ଉଭୟ ଏନଡିଏ ଏବଂ ବିରୋଧୀ ପ୍ରାର୍ଥୀ ଘୋଷଣା କରିଛନ୍ତି । ଗୋଟିଏ ପଟେ ଜୟନ୍ତ ସିହ୍ନାଙ୍କ ବାପା ଯଶଓ୍ୱନ୍ତ ସିହ୍ନା ବିରୋଧୀ ପକ୍ଷରୁ ରାଷ୍ଟ୍ରପତି ପ୍ରାର୍ଥୀ ହୋଇଛନ୍ତି। ଅନ୍ୟପଟେ ନିଜ ଦଳ ବିଜେପି ଦ୍ରୌପଦୀ ମୁର୍ମୁଙ୍କୁ ପ୍ରାର୍ଥୀ କରିଛନ୍ତି ।
ଏଭଳି ଧର୍ମ ସଂଙ୍କଟରେ ଛନ୍ଦି ହୋଇଯାଇଛନ୍ତି ଜୟନ୍ତ ସିହ୍ନା । କାହାକୁ କରିବେ ସମର୍ଥନ ପାର୍ଟି ନା ବାପା ? ଏଭଳି ପ୍ରଶ୍ନ ଏବେ ସମସ୍ତଙ୍କ ମନରେ । ଯଶବନ୍ତ ସିହ୍ନା ୨୦୧୮ ପର୍ୟ୍ୟନ୍ତ ବିଜେପିରେ ଥିଲେ, କିନ୍ତୁ ଏହା ପରେ ସେ ଟିଏମସିରେ ଯୋଗ ଦେଇଥିଲେ। ତାଙ୍କ ପୁଅ ଜୟନ୍ତ ସିହ୍ନା ଜଣେ ବିଜେପି ସାଂସଦ। ତେବେ ସେ କାହାକୁ ସମର୍ଥନ କରିବେ ତାହାରି ଉପରେ ରହିଛି ସମସ୍ତଙ୍କ ନଜର ।
ଏନଡିଏ ଦ୍ରୌପଦୀ ମୁର୍ମୁଙ୍କୁ ପ୍ରାର୍ଥୀ କରିବା ପରେ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ଜୟନ୍ତ ସିହ୍ନା । ଟ୍ବିଟ କରି ଜୟନ୍ତ ଲେଖିଛନ୍ତି, ” ଏନଡିଏ ପକ୍ଷରୁ ଦ୍ରୌପଦୀଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀ କରିଥିବାରୁ ତାଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା । ତାଙ୍କ ଜୀବନ ଜନତାଙ୍କ ପାଇଁ ସର୍ବାଦା ସମର୍ପିତ । ଏ ନିର୍ଣ୍ଣୟ ପାଇଁ ପ୍ରଧାନମନ୍ତ୍ରୀ ଓ ବିଜେପି ଅଧ୍ୟକ୍ଷ ନଡ୍ଡାଙ୍କୁ ମଧ୍ୟ ଶୁଭେଚ୍ଛା ଜଣାଇଛନ୍ତି ଜୟନ୍ତ ସିହ୍ନା ।
ବିରୋଧୀ ଜୟନ୍ତ ସିହ୍ନା ଯଶୱନ୍ତ ସିହ୍ନାଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀ କରିଛନ୍ତି । ଏ ନେଇ ଜୟନ୍ତ କହିଛନ୍ତି, ମୋ ପିତା ବିରୋଧୀଙ୍କ ପକ୍ଷରୁ ରାଷ୍ଟ୍ରପତି ପ୍ରାର୍ଥୀ ହୋଇଛନ୍ତି । ମୋର ନିବେଦନ କି ସମସ୍ତେ ଏହାକୁ ପାରିବାରିକ ମାମଲା ନ ବନାନ୍ତୁ । ମୋତେ କେବଳ ପୁତ୍ର ହିସାବରେ ନ ଦେଖନ୍ତୁ । ମୁଁ ବିଜେପି କାର୍ୟ୍ୟକର୍ତ୍ତାର ସାଂସଦ । ମୁଁ ମୋର ସାମ୍ବିଧାନିକ ଦାୟିତ୍ବ ସୁଚାରୁରୂପେ ତୁଲାଇବି ବୋଲି କହିଛନ୍ତି ଜୟନ୍ତ । ଏଠି ଲୋକଙ୍କ ମନରେ ପ୍ରଶ୍ନ ଉଠିଛି ବାସ୍ତବରେ ଜୟନ୍ତ ପାର୍ଟିର ହେବେ ନା ପରିବାରର । ବାପାଙ୍କୁ ସମର୍ଥନ କରିବେ ନା ପାର୍ଟିକୁ ଏହାରି ଉପରେ ରହିଛି ସମସ୍ତଙ୍କ ନଜର ।