ଭୁବନେଶ୍ୱର(ଓଡ଼ିଆ ନ୍ୟୁଜ୍): ରାଷ୍ଟ୍ରପତି ନିର୍ବାଚନରେ ଏନିଡିଏର ରାଷ୍ଟ୍ରପତି ପ୍ରାର୍ଥୀ ଓଡ଼ିଆ ଝିଅ ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ ଦେବ ନାହିଁ କଂଗ୍ରେସ । ଏ ସମ୍ପର୍କରେ ପ୍ରତିକ୍ରିୟା ରଖିଲେ କଂଗ୍ରେସ ଦଳର ମୁଖ୍ୟ ସଚେତକ ନରସିଂହ ମିଶ୍ର । ସେ କହିଛନ୍ତି, ଦ୍ରୌପଦୀ ଜଣେ ଭଲ ମଣିଷ ଓ ଭଲ ବିଧାୟିକା । ବ୍ୟକ୍ତିଗତ ଭାବେ ମଧ୍ୟ ମୁଁ ତାଙ୍କୁ ଜାଣେ, ଆମ ସମ୍ପର୍କବି ବହୁତ ଭଲ । ସେ ଯେହେତୁ ବିଜେପିର ନୀତି ଆଉ ଆଦର୍ଶରେ ବିଶ୍ୱାସ କରୁଥିବାରୁ ସମର୍ଥନ ଦେବୁନାହିଁ । ତାଙ୍କ ପ୍ରାଥିତ୍ୱ ପୂର୍ବରୁ ବିରୋଧୀ ଦଳ ପ୍ରାର୍ଥୀ ଘୋଷଣା କରିସାରିଛି । ଜଣଙ୍କୁ ଛିଡା କରି ଅନ୍ୟଜଣଙ୍କୁ ସମର୍ଥନ କରୁବା ଠିକ୍ କଥା ନୁହେଁ। ଏହି ଆଳରେ ଏନଡିକୁ ସମର୍ଥ ପାଇଁ ଘୋଷଣା କରିଥିବା ବିଜୁଜନତା ଦଳର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ କଟାକ୍ଷ କରିଛନ୍ତି ନରସିଂହ । ସେ କହିଛନ୍ତି ମୁଖ୍ୟମନ୍ତ୍ରୀଙ୍କ ଯଦି ଓଡ଼ିଆ ପ୍ରୀତି ଅଛି ତା ହେଲେ ଜଣେ ଅଣ ଓଡିଆଙ୍କୁ ରାଜ୍ୟସଭାକୁ ପଠାଇଲେ କାହିଁକି ।
କହିରଖୁ କି, ଆଜି ରାଜଧାନୀ ଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଛନ୍ତି ଏନଡ଼ିଏ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ । ଦ୍ରୌପଦୀଙ୍କୁ ଶୁଭେଚ୍ଛା ଜଣାଇବା ସହ ସମାଜର ବିକାଶ ପାଇଁ ତାଙ୍କର ଅବଦାନକୁ ପ୍ରଧାନମନ୍ତ୍ରୀ ମୋଦୀ ପ୍ରଶଂସା କରିଛନ୍ତି।