ଖେଳୁଖେଳୁ ପାଣି ଭର୍ତ୍ତି ଖାଲରେ ପଡ଼ି ୪ ଶିଶୁ ମୃତ

0

କୋରାପୁଟ(ଓଡ଼ିଆ ନ୍ୟୁଜ୍‌): ସାଙ୍ଗଙ୍କ ସହ ଖେଳୁଖେଳୁ ପାଣି ଭର୍ତ୍ତି ଖାଲରେ ପଡ଼ି ଚାଲିଗଲା ୪ କୋମଳମତି ଶିଶୁଙ୍କ ଜୀବନ । ଏପରି ଅଭାବନୀୟ ଘଟଣା ଘଟିଛି କୋରାପୁଟ ସଦର ଥାନା ମାଝିଗୁଡ଼ାରେ ।

ସୂଚନା ଅନୁସାରେ, ମାଝିଗୁଡ଼ାରେ ଏକ ପାଣି ଭର୍ତ୍ତି ଖାତ ନିକଟରେ ୬ ଶିଶୁ ଖେଳୁଥିବା ବେଳେ ୪ ଜଣ କୌଣସି କାରଣରୁ ସେଥିରେ ପଡି ଯାଇଥିଲେ । ପିଲାମାନଙ୍କ ବୟସ କମ ହୋଇଥିବା ବେଳେ ଖାତଟି ପାଣିରେ ଭର୍ତ୍ତି ହୋଇଥିଲା । ଫଳରେ ପିଲାମାନେ ସେଥିରୁ ଉଠି ନପାରି ବୁଡି ଯାଇଥିଲେ। ଖବର ପାଇବା ପରେ ବନ ବିଭାଗ ଓ ସଦର ଥାନା କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିଛନ୍ତି । ତେବେ ଏହି ଘଟଣା ସ୍ଥାନୀୟ ଅଂଚଳରେ ଶୋକର ଚାୟା ଖୋଳାଇ ଦେଇଛି ।

Leave A Reply

Your email address will not be published.