ଗ୍ୟାସ୍ କଟରରେ କାଟି SBI ଏଟିଏମରୁ ଲୁଟ୍

0

ବାଲେଶ୍ବର(ଓଡ଼ିଆ ନ୍ୟୁଜ୍‌): ଗ୍ୟାସ୍ କଟରରେ କାଟି SBI ଏଟିଏମରୁ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ । ବାଲେଶ୍ବର ସଦର ଥାନା ହଳଦୀପଦା ପଦ୍ମପୁର ବଜାରରେ ଥିବା SBI ଏଟିଏମରୁ ଗ୍ୟାସ୍ କଟରରେ କାଟି ଲୁଟି ନେଇଛନ୍ତି ଦୁର୍ବୃତ୍ତ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନ୍‌ଭିନ୍ ଚଳାଇଛି। ତେବେ ଏଟିଏମରୁ କେତେ ଟଙ୍କା ଲୁଟ୍ ହୋଇଛି ତାହା ସ୍ପଷ୍ଟ ହୋଇନି ।

ସୂଚନାଯୋଗ୍ୟ, ଶନିବାର ବାଲେଶ୍ବର ସଦର ଥାନା ହଳଦୀପଦା ପଦ୍ମପୁର ବଜାରରେ ଥିବା ଷ୍ଟେଟ୍ ବ୍ୟାଙ୍କ୍ ଅଫ୍ ଇଣ୍ଡିଆ ଏଟିଏମକୁ ଗ୍ରାହକମାନେ ଟଙ୍କା ଉଠାଇବାକୁ ଆସିଥିବା ବେବେ ଏଟିଏମ୍‌ଟି ଭଙ୍ଗାଯାଇଥିବା ଦେଖିବାକୁ ପାଇଥିଲେ । ଏହାପରେ ଏ ସମ୍ପର୍କରେ ପୋଲିସକୁ ଜଣାଇଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନ୍‌ଭିନ୍ ଚଳାଇଛି। ଗ୍ୟାସ୍ କଟରରେ କାଟି ଦୁର୍ବୃତ୍ତମାନେ ଟଙ୍କା ଲୁଟିନେବା ଜଣାପଡ଼ିଛି। ତେବେ ଏଟିଏମରୁ କେତେ ଟଙ୍କା ଲୁଟ୍ ହୋଇଛି ତାହା ସ୍ପଷ୍ଟ ହୋଇନି ।

Leave A Reply

Your email address will not be published.