ଆଜି ଥିଲା ରାଇ ଭାଇଙ୍କ ବିବାହ ବାର୍ଷିକୀ, ଗତକାଲି କରିଦେଇନ୍ତି ଆତ୍ମହତ୍ୟା

0

ଭୁବନେଶ୍ୱର(ଓଡ଼ିଆ ନ୍ୟୁଜ୍‌): ଆଜି ଥିଲା ଅଭିନେତା ରାଇମୋହନ ପରିଡ଼ାଙ୍କ ବିବାହ ବାର୍ଷିକୀ। ଏହି ଦିବସକୁ ଧୁମଧାମରେ ପାଳନ କରିବା ପାଇଁ ପୂର୍ବ ପ୍ରସ୍ତୁତି ସରିଥିଲା । ହେଲେ ପରିବାର ଉପରେ ଲଦିପଡ଼ିଲା ଦୁଃଖରେ ପାହାଡ଼ । କେହିି କିଛି ବୁଝିବା ପୂର୍ବରୁ ଗତକାଲି ପରିବାର ଲୋକେ କିଣାକିଣି କରିବାକୁ ବଜାରକୁ ଯାଇଥିବା ବେଳେ ଆତ୍ମହତ୍ୟା କରିଦେଇଛନ୍ତି ପ୍ରତିଷ୍ଠିତ ଅଭିନେତା ରାଇମୋହନ। ଆତ୍ମହତ୍ୟାର କାରଣ ଏବେବି ଅସ୍ପଷ୍ଟ ରହିଛି।

ଶୁକ୍ରବାର ଭୁବନେଶ୍ଵର ସ୍ଥିତ ପ୍ରାଚୀ ବିହାରରେ ନିଜ ବାସଭବନରେ ଆତ୍ମହତ୍ୟା କରିଛନ୍ତି ରାଇମୋହନ। ତାଙ୍କର ଅପ୍ରତ୍ୟାଶିତ ମୃତ୍ୟୁକୁ କେହି ସହଜରେ ଗ୍ରହଣ କରି ପାରୁ ନାହାନ୍ତି। ତେବେ ମୃତ୍ୟୁ ପରେ ଚକ୍ଷୁଦାନ କରିଛନ୍ତି ରାଇମୋହନ। ପୁରୀ ସ୍ୱର୍ଗଦ୍ୱାରରେ ରାଇମୋହନ ପରିଡାଙ୍କ ଅନ୍ତିମ ସଂସ୍କାର ସମ୍ପନ୍ନ ହୋଇଛି । ସାନ ଝିଅ ଉଦିତା ପରିଡ଼ା ତାଙ୍କ ଜୁଇରେ ମୁଖାଗ୍ନୀ ଦେଇଛନ୍ତି । ହିନ୍ଦୁ ରୀତିନୀତିରେ ସ୍ୱର୍ଗଦ୍ୱାରରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଛି । ଶବଦାହ ସମୟରେ ଦୁଇ ଝିଅ, ଜ୍ୱାଇଁ, ପରିବାର ସଦସ୍ୟଙ୍କ ସମେତ କଳାକାର ଓ ତାଙ୍କର ପ୍ରଶଂସକମାନେ ଉପସ୍ଥିତଥିଲେ ।

Leave A Reply

Your email address will not be published.