ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ଜୁଲାଇ ପହିଲାରୁ ବଦଳିବ କିଛି ନିୟମ । କୁହାଯାଉଛି ଯେ କେନ୍ଦ୍ର ସରକାରଙ୍କ ଦ୍ୱାରା ଲାଗୁ କରାଯାଇଥିବା ନୂତନ ଶ୍ରମ ଆଇନ ଜୁଲାଇ ପହିଲାରୁ କାର୍ଯ୍ୟକାରୀ ହୋଇପାରେ । ସୂଚନାନୁସାରେ ସମସ୍ତ ଶିଳ୍ପ ଏବଂ କ୍ଷେତ୍ରଗୁଡିକରେ ବ୍ୟାପକ ପରିବର୍ତ୍ତନ ହେବ । ଏଥିସହିତ ବିଭିନ୍ନ ନିୟମରେ ମଧ୍ୟ ବଡ ପରିବର୍ତ୍ତନ କରିବାକୁ ଯୋଜନା କରିଛନ୍ତି ସରକାର । କର୍ମଚାରୀଙ୍କ କାର୍ୟ୍ୟ ସମୟ ଠାରୁ, ଶ୍ରମ ନିୟମର ମଜୁରୀ, ଏସବୁରେ ବଡ଼ ପରିବର୍ତ୍ତନ ହୋଇପାରେ ।
ତେବେ ଏ ବାବଦରେ ଏପର୍ୟ୍ୟନ୍ତ କୈଣସି ସରକାରୀ ସୂଚନା ଆସିନାହିଁ । ନୂତନ ଶ୍ରମ ଆଇନଗୁଡ଼ିକ ମଜୁରୀ, ସାମାଜିକ ସୁରକ୍ଷା (ପେନସନ୍, ଗ୍ରାଚ୍ୟୁଇଟି), ଶ୍ରମ କଲ୍ୟାଣ, ସ୍ୱାସ୍ଥ୍ୟ, ନିରାପତ୍ତା ଏବଂ କାର୍ୟ୍ୟ ପରିସ୍ଥିତି (ମହିଳାମାନଙ୍କ ସମେତ) ଉପରେ ପ୍ରଭାବ ପକାଇବ । ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ, ଛତିଶଗଡ, ଓଡିଶା, ଅରୁଣାଚଳ ପ୍ରଦେଶ, ହରିୟାଣା, ଝାଡଖଣ୍ଡ, ପଞ୍ଜାବ, ମଣିପୁର, ବିହାର, ହିମାଚଳ ପ୍ରଦେଶ ଏବଂ ଜାମ୍ମୁ କାଶ୍ମୀରର କେନ୍ଦ୍ରଶାସିତ ଅଞ୍ଚଳ ସମେତ ୨୩ ଟି ରାଜ୍ୟ ନୂତନ ଶ୍ରମ ଆଇନ ପ୍ରଣୟନ କରିଛନ୍ତି।
Code on Wages 2019, Industrial Relations Code 2020, Code on Social Security 2020 ଓ Occupational Safety, Health and Working Conditions Code 2020 ଗୁଡିକ ସଂସଦରେ ପାରିତ ହୋଇଥିବା ବେଳେ ଉପରୋକ୍ତ ରାଜ୍ୟ ତାହାକୁ ସମର୍ଥନ ମଧ୍ୟ କରିଛନ୍ତି।
କାର୍ୟ୍ୟ ନିର୍ଘଣ୍ଟ
ନୂତନ ଶ୍ରମ ଆଇନ ଲାଗୁହେଲେ ସମସ୍ତ କ୍ଷେତ୍ରର କର୍ମଚାରୀଙ୍କ ପାଇଁ କାର୍ୟ୍ୟ ସମୟରେ ଏକ ବଡ଼ ପରିବର୍ତ୍ତନ ହେବ। ବର୍ତ୍ତମାନ, କାରଖାନାଗୁଡ଼ିକରେ କାର୍ୟ୍ୟ କରୁଥିବା ଶ୍ରମିକମାନଙ୍କ ପାଇଁ ଜାତୀୟ ସ୍ତରରେ କାର୍ୟ୍ୟ ସମୟ ଏବଂ ଅନ୍ୟାନ୍ୟ କାର୍ୟ୍ୟକ୍ଷେତ୍ର କାରଖାନା ଅଧିନିୟମ, ୧୯୪୮ ଅନୁସାରେ ସମୟ ନିର୍ଘଣ୍ଟ ନିର୍ଦ୍ଧାରିତ ହେଉଛି।
ନୂତନ ଶ୍ରମ ନିୟମ ଅନୁଯାୟୀ, ସପ୍ତାହକୁ ୪ ଦିନ କାମ ଓ ୩ ଦିନ ଛୁଟି ମିଳିପାରେ । ହେଲେ କାମ କରିବାର ସମୟ ନିର୍ଘଣ୍ଟ ବଦଳି ୮ ଘଣ୍ଟାରୁ ୧୨ ଘଣ୍ଟା ହୋଇପାରେ । ଏହାର ଅର୍ଥ ପୂର୍ବରୁ କର୍ମକ୍ଷେତ୍ରରେ କାମ କରିବାର ସମୟ ୮ ଘଣ୍ଟା ଥିବାବେଳେ ନୂଆ ଶ୍ରମ କୋଡ୍ ଲାଗୁ ହେଲେ ଏହାକୁ ବଢିଯାଇ କାମ କରିବାର ସମୟ ୧୨ ଘଣ୍ଟା ହୋଇପାରେ ବୋଲି ସୂଚନା ରହିଛି । ଶିଳ୍ପସଂସ୍ଥାଗୁଡ଼ିକରେ ତିନି ମାସର ଓଭରଟାଇମ୍ ୫୦ ଘଣ୍ଟାରୁ ୧୨୫ ଘଣ୍ଟାକୁ ବୃଦ୍ଧି କରାଯାଇଛି।
କର୍ମଚାରୀଙ୍କ ଦରମା ସଂରଚନା
ନୂତନ ଶ୍ରମ ନିୟମ ଅନୁଯାୟୀ, ଜଣେ କର୍ମଚାରୀଙ୍କ ବେସିକ ସାଲାରି ମୋଟ ବେତନର ଅତିକମରେ ୫୦% ହେବା ଆବଶ୍ୟକ। ଏହାର ପ୍ରଭାବରେ ଅଧିକାଂଶ କର୍ମଚାରୀଙ୍କ ଟେକ୍-ହୋମ୍ ଦରମା ହ୍ରାସ କରିବ। କିନ୍ତୁ କର୍ମଚାରୀଙ୍କର ଇପିଏଫ୍ ଆକାଉଣ୍ଟରେ ଅଧିକ ଅବଦାନ ଦେବେ ଏବଂ ଗ୍ରାଚ୍ୟୁଇଟି ରିହାତି ମଧ୍ୟ ବୃଦ୍ଧି ପାଇବ ଯାହା
ଛୁଟି
ଗୋଟିଏ ବର୍ଷରେ ଛୁଟିର ପରିମାଣ ସମାନ ରହିବ କିନ୍ତୁ କର୍ମଚାରୀମାନେ ୪୫ ବଦଳରେ ପ୍ରତ୍ୟେକ ୨୦ ଦିନର କାମ ପାଇଁ ଛୁଟି ପାଇବେ, ଯାହା ଏକ ଖୁସି ଖବର। ନୂତନ କର୍ମଚାରୀମାନେ ୨୪୦ ଦିନ ପରିବର୍ତ୍ତେ ୧୮୦ ଦିନ ଚାକିରି ପରେ ଛୁଟି ପାଇବାକୁ ଯୋଗ୍ୟ ହେବେ।