ବାୟୁସେନାରେ ଭର୍ତ୍ତି ପାଇଁ ୩ ଦିନରେ ୫୬,୯୬୦ ପଞ୍ଜୀକରଣ

0

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): କେନ୍ଦ୍ର ସରକାରଙ୍କ ଦ୍ୱାରା ଲାଗୁ କରାଯାଇଥିବା ଅଗ୍ନିପଥ ଯୋଜନା ମାଧ୍ୟମରେ ଭାରତୀୟ ବାୟୁସେନାରେ ତିନି ଦିନ ମଧ୍ୟରେ ୫୬,୯୬୦ ଜଣ ଆବେଦନ କରିଛନ୍ତି । ଏହି ଯୋଜନା ବିରୋଧରେ ଦେଶର ଏକାଧିକ ରାଜ୍ୟରେ ପ୍ରଦର୍ଶନ ପରେ ଅଗ୍ନିପଥ ଯୋଜନା ମାଧ୍ୟମରେ ଭର୍ତ୍ତ ପାଇଁ ଶୁକ୍ରବାର ଠାରୁ ପଞ୍ଜିକରଣ ଆରମ୍ଭ ହୋଇଥିଲା । ଅର୍ଥାତ ମାତ୍ର ୩ ଦିନରେ ପାଖାପାଖି ୫୭ ହଜାର ପାର୍ଥୀ ସେମାନଙ୍କ ନାଁ ପଞ୍ଜିକରଣ କରିଛନ୍ତି । ଏ ନେଇ ଟ୍ୱିଟ କରି ଭାରତୀୟ ବାୟୁସେନା ପକ୍ଷରୁ ସୂଚନା ଦିଆଯାଇଛି । ତେବେ ପଞ୍ଜୀକରଣ ପ୍ରକ୍ରିୟା ଜୁଲାଇ ୫ରେ ବନ୍ଦ ହୋଇଯିବ ।

ସୂଚନାଯୋଗ୍ୟ, ଅଗ୍ନିପଥ ଯୋଜନା ଗତ ୧୪ ତାରିଖରେ କେନ୍ଦ୍ର ସରକାର ଘୋଷଣା କରିଥିଲେ । ସରକାର କହିଥିଲେ ଯେ, ସାଢ଼େ ୧୭ରୁ ୨୧ ବର୍ଷ ବୟସର ଯୁବ ସେନାରେ ୪ ବର୍ଷ ପାଇଁ ସାମିଲ ହୋଇପାରିବେ । ଏଥିରୁ ୨୫ ପ୍ରତିଶତଙ୍କୁ ପରେ ସେନାରେ ନିୟମିତ ହେବେ । ସରକାର ଜୁନ ୧୬ରେ ଏହି ଯୋଜନା ମାଧ୍ୟମରେ ଭର୍ତ୍ତି ପାଇଁ ସର୍ବାଧିକ ବୟସ ସୀମାକୁ ୨୦୨୨ ପାଇଁ ୨୧ରୁ ୨୩ କରିଦେଇଥିଲେ ।

ସେବାନିବୃତ ହେବାକୁ ଥିବା ଅନ୍ୟ ୭୫ ପ୍ରତିଶତଙ୍କୁ ‘ସେବା ନିଧି’ ମିଶନରେ ଆତ୍ମନିର୍ଭର କରାଯିବ । ଏହି ଘୋଷଣା ପରେ ସାରା ଦେଶରେ ବିକ୍ଷୋଭ ଦେଖାଯାଇଥିଲା । ସେନାରେ ଭର୍ତ୍ତି ପାଇଁ ବୟସ ସୀମା ଠାରୁ, ଯୋଗ୍ୟତା ମାନଦଣ୍ଡ, ଦରମା, ବୀମା, ଛୁଟି, ପୁରସ୍କାର ଏବଂ ଚିକିତ୍ସା ସୁବିଧା ସମ୍ପର୍କିତ ସମସ୍ତ ତଥ୍ୟ ଉଲ୍ଲେଖ କରାଯାଇଛି । ଅଗ୍ନିପଥ ଯୋଜନାରେ ୪ ବର୍ଷ ପାଇଁ ନିଯୁକ୍ତି ମିଳିବ । ବାର୍ଷିକ ୩୦ ଦିନ ଛୁଟି ପାଇବେ ଅଗ୍ନିବୀର । ଏହାବାଦ୍ ମେଡିକାଲ ଛୁଟି ମଧ୍ୟ ରହିଛି ।

Leave A Reply

Your email address will not be published.