ପିପିଲି(ଓଡ଼ିଆ ନ୍ୟୁଜ୍): ଆକ୍ସନ ମୋଡ୍ରେ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାଶ । ବିଭିନ୍ନ ବିଦ୍ୟାଳୟର ଗସ୍ତ କରି ଶିକ୍ଷା ବ୍ୟବସ୍ଥା ପରଖିଛନ୍ତି । କେଉଁଠି ଶିକ୍ଷକ ଶିକ୍ଷୟିତ୍ରୀ ଡେରିରେ ସ୍କୁଲ ଯାଉଛନ୍ତି, ତ କେଉଁଠି କ୍ଲାସ ଟାଇମରେ ପିଲା ସ୍କୁଲହତାରେ ବୁଲୁଛନ୍ତି । ଯାହାକୁ ନେଇ ଆଜି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ଅସନ୍ତୋଷ ପ୍ରକାଶ କରିବା ସହ ଆକ୍ସନ ଏହା ବିରୋଧରେ ଆକ୍ସନ ନେଇଛନ୍ତି । ୮ ଶିକ୍ଷକଙ୍କୁ କାରଣ ଦର୍ଶାଅ ନୋଟିସ୍ ସହ ଦରମା ବନ୍ଦ କରିଦେଇଛନ୍ତି ।

ସୂଚନାନୁଯାୟୀ, ଆଜି ମନ୍ତ୍ରୀ ପୁରୀ ଜିଲ୍ଲା ନିମାପଡ଼ା ଗସ୍ତ କରିବା ବେଳେ ୧୦ଟା ୨୦ରେ ପିପିଲି ଟୋଲଗେଟ ନିକଟରେ ଦୁଇଜଣ ଶିକ୍ଷୟିତ୍ରୀ ସ୍କୁଟିରେ ଯାଉଥିବା ଦେଖି ଅଟକିଥିଲେ । ସ୍କୁଲ କାହିଁକି ଡେରିରେ ଯାଉଛ ବୋଲି ପଚାରିଥିଲେ ମନ୍ତ୍ରୀ କ୍ଷ ଦୁଇ ଶିକ୍ଷୟିତ୍ରୀ ସନ୍ତୋଷଜନକ ଉତ୍ତର ଦେଇ ପାରିନଥିଲେ । ପରେ ପିପିଲି -ନିମାପଡ଼ା ମୁଖ୍ୟରାସ୍ତାରେ ଥିବା ଜଗନ୍ନାଥପୁର ୟୁପି ସ୍କୁଲକୁ ଅଚାନକ ଗସ୍ତ କରିଥିଲେ ମନ୍ତ୍ରୀ । ଦିନ ସାଢ଼େ ୧୦ଟାରେ ମଧ୍ୟ ପିଲା ହତାରେ ଏଣେ ତେଣେ ବୁଲୁଥିବା ଦେଖିଥିଲେ । ଶିକ୍ଷକମାନେ ଅଫିସରେ ବସି କଥା ହେଉଥିବା ଓ ପ୍ରଧାନଶିକ୍ଷକ ଗାଡ଼ି ଧରି ବାହାରକୁ ଯିବାକୁ ବାହାରି ଥିବାର ଦେଖିଥିଲେ କ୍ଷ ସ୍କୁଲ କାଗଜପତ୍ର ଯାଞ୍ଚ ବେଳେ ମଧ୍ୟ ଅନିୟମିତତା ଦେଖିବାକୁ ପାଇଥିଲେ ମନ୍ତ୍ରୀ କ୍ଷ ଏହା ପରେ ୮ ଜଣ ଶିକ୍ଷକଙ୍କୁ କାରଣଦର୍ଶାଅ ନୋଟିସ୍ ସହ ଦରମା ବନ୍ଦ କରିବାକୁ ଡିଇଓ ଓ ବିଇଓଙ୍କୁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।