ଆଜି ସନ୍ଧ୍ୟା ୭ ଟାରେ ଶପଥ ଗ୍ରହଣ କରିବେ ଦେବେନ୍ଦ୍ର ଫଡନାଭିସ୍ ଏବଂ ଏକନାଥ ସିନ୍ଦେ; ରାଜ୍ୟପାଳଙ୍କୁ ଭେଟିବେ

0

ବୁଧବାର ଦିନ ଉଦ୍ଧବ ଠାକରେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ମହାରାଷ୍ଟ୍ରରେ ବିଜେପି ପକ୍ଷରୁ ସରକାର ଗଠନ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ବରିଷ୍ଠ ବିଜେପି ନେତା ଦେବେନ୍ଦ୍ର ଫଡନାଭିସ୍ ଆଜି ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ। ତାଙ୍କ ସହ ଡେପୁଟି ସିଏମ୍ ଭାବରେ ଏକନାଥ ସିନ୍ଦେ ଶପଥ ଗ୍ରହଣ କରିବେ। ସୂତ୍ରରୁ ପ୍ରକାଶ ଯେ ସନ୍ଧ୍ୟା ୭ ଟାରେ ରାଜ ଭବନରେ ଏକ ସରଳ କାର୍ଯ୍ୟକ୍ରମରେ ଏହି ସମାରୋହ ଆୟୋଜିତ ହେବ। ଏହାପୂର୍ବରୁ ଗୋଆରୁ ଏକନାଥ ସିନ୍ଦେ ମୁମ୍ବାଇରେ ପହଞ୍ଚି ଦେବେନ୍ଦ୍ର ଫଡନାଭିସଙ୍କୁ ଭେଟିଥିଲେ। ଏହି ସମୟରେ ରାଜ୍ୟ ବିଜେପି ସଭାପତି ଚନ୍ଦ୍ରକାନ୍ତ ପାଟିଲ ଏବଂ ଅନ୍ୟ ବରିଷ୍ଠ ନେତାମାନେ ଉପସ୍ଥିତ ଥିଲେ। ଦେବେନ୍ଦ୍ର ଫଡ୍‌ନାବୀସ ମୁଖ୍ୟମନ୍ତ୍ରୀ ଭାବେ ଆସନ୍ତାକାଲି ଶପଥ ଗ୍ରହଣ କରିବୋ ବୋଲି ସ୍ଥିର ହୋଇଥିଲା। ମାତ୍ର ଶେଷ ମୁହୂର୍ତ୍ତରେ ନିଷ୍ପତ୍ତି ବଦଳାଇ ଦିଆଯାଇଛି। ଆଜି ସଂଧ୍ୟାରେ ହିଁ ଶପଥ ପାଠ୍‌ ଉତ୍ସବର ଆୟୋଜନ କରାଯାଇଛି ଏହି ସାକ୍ଷାତ ପରେ ଫଡନାଭିସ୍ ଏବଂ ସିନ୍ଦେ ସିଧାସଳଖ ରାଜ ଭବନରେ ପହଞ୍ଚିଛନ୍ତି | ଏଠାରେ ରାଜ୍ୟପାଳ ଭାଗବତ ସିଂ କୋଶାରିଙ୍କୁ ଭେଟିବେ ଏବଂ ସରକାର ଗଠନ ପାଇଁ ଦାବି କରିବେ। ଦେବେନ୍ଦ୍ର ଫଡନାଭିସ୍ ତୃତୀୟ ଥର ପାଇଁ  ସିଏମ୍ ଭାବରେ ଶପଥ ଗ୍ରହଣ କରିବେ।

Leave A Reply

Your email address will not be published.