ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ବରିଷ୍ଠ ଫଟୋ ସାମ୍ବାଦିକ ଅଶୋକ ପଣ୍ଡା ଙ୍କ ଏକ ସଡକ ଦୁର୍ଘଟଣାରେ ପରଲୋକ ଖବର ଶୁଣି ପିସିସି ସଭାପତି ଶ୍ରୀଯୁକ୍ତ ଶରତ ପଟ୍ଟନାୟକ ଗଭୀର ଶୋକ ବ୍ୟକ୍ତ କରିଛନ୍ତି। ସେ ତାଙ୍କ ଶୋକ ବାର୍ତ୍ତା ରେ କହିଛନ୍ତି ଶ୍ରୀ ପଣ୍ଡା ଜଣେ ନିର୍ଭୀକ କର୍ତ୍ତବ୍ୟ ନିଷ୍ଠ ଫଟୋ ସାମ୍ବାଦିକ ଭାବେଥିଲେ ଖ୍ୟାତି ଅର୍ଜନ କରିଥିଲେ।ଦୀର୍ଘବର୍ଷ ଧରି ବିଭିନ୍ନ ସମୟ,ଟାଇମ୍ସ ଅଫ ଇଣ୍ଡିଆ,ଇନାଡୁ ଇତ୍ୟାଦି ଅନେକ ଖବର କାଗଜ ରେ କାର୍ଯ୍ୟ କରି ଅନେକ ସୁଖ୍ୟାତି ଅର୍ଜନ କରିଥିଲେ ।୧୯୯୯ ମହାବାତ୍ୟା ସମୟରେ ସେ ବାତ୍ୟାଞ୍ଚଳ ଗସ୍ତ କରି ବହୁ ଚର୍ଚ୍ଚିତ ଫଟୋ ଉଠେଇଥିବାର ନଜିର ଅଛି,ଏବଂ ସେତେବେଳେ ସ୍ବର୍ଗତଃ ପଣ୍ଡା ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଥିଲେ।ସ୍ବର୍ଗତ ପଣ୍ଡା ବାବୁ ଜଣେ ପରୋପକାରୀ,ବନ୍ଧୁବଚ୍ଛଳ,ସ୍ନେହୀ ବ୍ୟକ୍ତି ଥିଲେ।
ପଣ୍ଡାବାବୁଙ୍କ ବିୟୋଗ ସାମ୍ୱାଦିକ ଜଗତ ପାଇଁ ଏକ ଅପୁରଣୀୟ କ୍ଷତି।ପଣ୍ଡା ବାବୁଙ୍କ ବିୟୋଗରେ ସାମ୍ବାଦିକ ଜଗତରେ ଶୋକର ଛାୟା ଖେଲିଥୁବା ବେଳେ ସାରା ଓଡ଼ିଶାରେ ଶୋକର ଛାୟା ଖେଳିଯାଇଛି।।ତାଙ୍କ ଜୀବନ କାଳ ଭିତରେ ସରକାରୀ ଓ ବେସାରିକାରୀ ସ୍ତରରେ ଅନେକ ଗୁଡିଏ ସମ୍ମାନ ସହ ପୁରସ୍କାର ସାଉଁଟିଛନ୍ତି।ସ୍ବର୍ଗତଃ ପଣ୍ଡାଙ୍କ ଅମର ଆତ୍ମାର ସଦଗତି କାମନା କରି ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ଗଭୀର ସମବେଦନା ଜ୍ଞାପନ କରିଛନ୍ତି ପିସିସି ସଭାପତି ଶ୍ରୀ ପଟ୍ଟନାୟକ।