ଆଜି ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା, ଜନ୍ମବେଦୀ ଯିବେ ଶ୍ରୀଜିଉ

0

ପୁରୀ(ଓଡ଼ିଆ ନ୍ୟୁଜ୍‌): ଆଜି ପବିତ୍ର ଘୋଷଯାତ୍ରା । କରୋନା ମହାମାରୀ ପରେ ଦୁଇ ବର୍ଷ ପରେ ବଡ଼ଦାଣ୍ଡରେ ହୋଇଛି ଭକ୍ତ ଓ ଭଗବାନଙ୍କର ମହାମିଳନ । ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କ ଜନସମୁଦ୍ର ପାଲଟିଛି ବଡ଼ଦାଣ୍ଡ । ଏନେଇ ଭୋର ୩ଟାରେ ମଙ୍ଗଳ ଆଳତି ଓ ସାଢ଼େ ୩ଟାରେ ମଇଲମ ନୀତି ଶେଷ ହୋଇଛି । ଏହା ସହ ରଥ ପ୍ରତିଷ୍ଠା କାର‌୍ୟ୍ୟ ମଧ୍ୟ ଶେଷ ହୋଇଛି ।

ତେବେ ମହାପ୍ରଭୁଙ୍କ ନୀତିକାନ୍ତି ୩ ଘଣ୍ଟା ଆଗୁଆ ଚାଲିଥିବାରୁ ସକାଳ ସାଢ଼େ ୬ଟାରୁ ଆରମ୍ଭ ହୋଇଛି ଚତୁର୍ଦ୍ଧାମୂର୍ତ୍ତିଙ୍କ ପହଣ୍ଡି ବିଜେ । ପ୍ରଥମେ ଚକ୍ରରାଜ ଶ୍ରୀ ସୁଦର୍ଶନଙ୍କ ପହଣ୍ଡି ହୋଇଛି । ଗୋଟି ପହଣ୍ଡିରେ ଆସି ଶ୍ରୀ ସୁଦର୍ଶନ ରଥାରୂଢ଼ ହୋଇଛନ୍ତି । ପହଣ୍ଡି ବିଜେ ପରେ ଅପରାହ୍ନ ୨ଟା୩୦ରୁ ୩ଟା ୩୦ ମଧ୍ୟରେ ଛେରାପହଁରା ନୀତି ଶେଷ ହେବ ଏବଂ ୪ଟାରେ ଆରମ୍ଭ ହେବ ରଥାଟଣା । ସୁରକ୍ଷିତ ଏବଂ ଶୃଙ୍ଖଳିତ ରଥଯାତ୍ରା ପାଇଁ ପ୍ରଶାସନ ପକ୍ଷରୁ ମଧ୍ୟ ବ୍ୟାପକ ପ୍ରସ୍ତୁତ କରାଯାଇଛି ।

Leave A Reply

Your email address will not be published.