ଡ଼ିସେମ୍ବର ୨୬ରେ ବିଜୁ ଜନତା ଦଳ ର ୨୫ ତମ ପ୍ରତିଷ୍ଠା ଦିବସ, ଅବିସ୍ମରଣୀୟ କରିବା ପାଇଁ ବିଜୁ ଯୁବ ଛାତ୍ର ଜନତା ଦଳର ଭର୍ଚୁଆଲ ବୈଠକ

0

ଓଡିଆ ନ୍ୟୁଜ୍(ବ୍ୟୁରୋ):  ବିଜୁ ଜନତା ଦଳ ର ୨୫ ତମ ପ୍ରତିଷ୍ଠା ଦିବସ ପୂର୍ତ୍ତିକୁ ଅବିସ୍ମରଣୀୟ କରିବା ପାଇଁ ବିଜୁ ଯୁବ ଛାତ୍ର ଜନତା ଦଳ ପକ୍ଷରୁ ଭର୍ଚୁଆଲ ପ୍ଲାଟଫର୍ମ ରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ମାନ୍ୟବର ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳର ରାଜ୍ୟ ସଭାପତି ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ଏବଂ ବିଜେଡ଼ି ସାଙ୍ଗଠନିକ ସମ୍ପାଦକ ତଥା ମାନ୍ୟବର ବିଧାୟକ ଶ୍ରୀ ପ୍ରଣବ ପ୍ରକାଶ ଦାସ ଙ୍କ ମାର୍ଗଦର୍ଶନ ରେ ଅନୁଷ୍ଠିତ ଏହି ବୈଠକରେ ବିଜୁ ଯୁବ -ଛାତ୍ର ଜନତା ଦଳ ପକ୍ଷରୁ ଆଗାମୀ ଡ଼ିସେମ୍ବର ୨୬ ତାରିଖ ଦଳ ର ପ୍ରତିଷ୍ଠା ଦିବସ ପୂର୍ବରୁ ଜୀବନ ବିନ୍ଦୁ ରକ୍ତଦାନ ଶିବିର ମାଧ୍ୟମରେ ୨୫୦୦୦ ୟୁନିଟ୍ ରକ୍ତ ସଂଗ୍ରହ କରିବା ସହ ରାଜ୍ୟ ର ପ୍ରତ୍ୟେକ ପଞ୍ଚାୟତ ତଥା ମୁନିସିପାଲିଟି,ଏନ୍.ଏ.ସି ର ପ୍ରତ୍ୟେକ ଓ୍ବାର୍ଡ ରେ ୨୫ ଟି ଲେଖାଏଁ ବୃକ୍ଷ ରୋପଣ କରାଯିବାର ନିଷ୍ପତ୍ତି ନିଆଯାଇଛି।

ଏହି ବୈଠକରେ ବିଜୁ ଜନତା ଦଳର ରାଜ୍ୟ ସାଧାରଣ ସମ୍ପାଦକ (ଯୁବ ଛାତ୍ର ବ୍ୟାପାର) ତଥା ମାନ୍ୟବର ବିଧାୟକ ଶ୍ରୀ ପ୍ରଣବ କୁମାର ବଳବନ୍ତରାୟ ଯୋଗଦେଇ ପଞ୍ଚାୟତ ଏବଂ ପ୍ୟୈର ନିର୍ବାଚନ ସଫଳତା ପାଇଁ ସମସ୍ତ ଯୁବ-ଛାତ୍ରଙ୍କ କାର୍ଯ୍ୟ କୁ ପ୍ରଶଂସା କରିବା ସହ ଆଗାମୀ ଦିନରେ ବିଜୁ ଜନତା ଦଳର ୨୫ ବର୍ଷ ପୂର୍ତ୍ତି ଉପଲକ୍ଷେ ମାନ୍ୟବର ମୁଖ୍ୟମନ୍ତ୍ରୀ ତଥା ବିଜଡି ସଭାପତି ଙ୍କ ମାର୍ଗଦର୍ଶନ ରେ ଯୁବ ଛାତ୍ର ଜନତା ଦଳ ପକ୍ଷରୁ ନିଆଯାଇଥିବା ସମସ୍ତ ସାମାଜିକ କାର୍ଯ୍ୟକ୍ରମ କୁ ସଫଳ କରିବା ପାଇଁ ସମସ୍ତ ଯୁବ ଛାତ୍ର ନେତୃବୃନ୍ଦ ଙ୍କୁ ଆହ୍ବାନ ଦେଇଥିଲେ।ଏହି ବୈଠକକୁ ସଭାପତିତ୍ବ କରିବା ଅବସରରେ ବିଜୁ ଯୁବ ଜନତା ଦଳର ରାଜ୍ୟ ସଭାପତି ତଥା ମାନ୍ୟବର ବିଧାୟକ ଡଃ ବ୍ୟେମକେଶ ରାୟ କହିଥିଲେ କି”ମାନ୍ୟବର ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳର ରାଜ୍ୟ ସଭାପତି ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଆହ୍ବାନ କ୍ରମେ ପ୍ରତ୍ୟେକଟି ଜୀବନ ଆମ ପାଇଁ ମୂଲ୍ୟବାନ ଏବଂ ଏହି ବିଚାରଧାରା କୁ ଅନୁସରଣ କରି ବିଜେଡ଼ି ର ୨୫ ତମ ପ୍ରତିଷ୍ଠା ଦିବସ ଉପଲକ୍ଷେ ବିଜୁ ଯୁବ ଛାତ୍ର ଜନତା ଦଳ ପକ୍ଷରୁ ଜୀବନ ବିନ୍ଦୁ ରକ୍ତଦାନ ଶିବିର କାର୍ଯ୍ୟକ୍ରମ ମାଧ୍ୟମରେ ସମଗ୍ର ଓଡ଼ିଶାରେ ୨୫୦୦୦ ୟୁନିଟ ରକ୍ତ ସଂଗ୍ରହ କରିବା ସହ ପ୍ରତ୍ୟେକ ପଞ୍ଚାୟତ ତଥା ମୁନିସିପାଲିଟି,ଏନ୍.ଏ.ସି ର ପ୍ରତ୍ୟେକ ଓ୍ବାର୍ଡ ରେ ୨୫ ଟି ବୃକ୍ଷ ରୋପଣ କରିବା ପାଇଁ ସଂକଳ୍ପ ନିଆଯାଇଛି।

ଏହି ସଂକଳ୍ପ କୁ ସଫଳ କରିବା ପାଇଁ ସେ ପ୍ରତ୍ୟେକ ଯୁବ ଛାତ୍ର ନେତୃବୃନ୍ଦ ପଙ୍କୁ ଆହ୍ବାନ ଦେଇଥିଲେ। ବିଜୁ ଛାତ୍ର ଜନତା ଦଳର ରାଜ୍ୟ ସଭାପତି ତଥା ମାନ୍ୟବର ବିଧାୟକ ଶ୍ରୀ ଦେବୀ ରଂଜନ ତ୍ରିପାଠୀ ଯୋଗ ଦେଇ ମାନ୍ୟବର ମୁଖ୍ୟମନ୍ତ୍ରୀ ତଥା ବିଜେଡ଼ି ରାଜ୍ୟ ସଭାପତି ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଆହ୍ବାନ କ୍ରମେ ଯୁବ ଛାତ୍ର ଜନତା ଦଳ ପକ୍ଷରୁ ନିଆଯାଇଥିବା ସମସ୍ତ ସାମାଜିକ କାର୍ଯ୍ୟକ୍ରମ କୁ ସଫଳ କରିବା ପାଇଁ ଆହ୍ୱାନ ଦେଇଥିଲେ ଏବଂ ପ୍ରତ୍ୟେକ ପଞ୍ଚାୟତ ତଥା ମୁନିସିପାଲିଟି,ଏନ୍.ଏ.ସି ର ପ୍ରତ୍ୟେକ ଓ୍ବାର୍ଡ ରେ ୨୫ ଟି ବୃକ୍ଷ ରୋପଣ କରାଯାଇ ସେହି ବୃକ୍ଷ ର ସୁରକ୍ଷା ଦିଗରେ ଧ୍ୟାନ ଦେବା ପାଇଁ ସେ ପ୍ରତ୍ୟେକ ଛାତ୍ର ନେତା ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ।

ଏଠାରେ ସୂଚନା ଥାଉ କି ଗତବର୍ଷ ବିଜୁ ଜନତା ଦଳର ପ୍ରତିଷ୍ଠା ଦିବସ ଅବସରରେ ବିଜୁ ଯୁବ-ଛାତ୍ର ଜନତା ଦଳ ପକ୍ଷରୁ ୭୫୦୦୦ ୟୂନିଟ୍ ରକ୍ତ ସଂଗ୍ରହ କରାଯାଇଥିଲା।ଏହି ଭର୍ଚୁଆଲ ପ୍ଲାଟଫର୍ମ ରେ ବିଜୁ ଯୁବ- ଛାତ୍ର ଜନତା ଦଳର ସମସ୍ତ ରାଜ୍ୟ କର୍ମକର୍ତ୍ତା, ଜୋନ୍ ସଭାପତି,ଜିଲ୍ଲା ସଭାପତି ଙ୍କ ସମେତ ସମସ୍ତ ବ୍ଲକ୍,ମୁନିସିପାଲିଟି,ଏନ୍.ଏ.ସି ସଭାପତି ମାନେ ଯୋଗ ଦେଇଥିଲେ।

Leave A Reply

Your email address will not be published.