ପରିକ୍ରମା ପ୍ରକଳ୍ପର ନିର୍ମାଣ କାମ ବୁଲି ଦେଖିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କହିଲେ ସୁନ୍ଦର ଓ ଆକର୍ଷଣ ସମସ୍ତଙ୍କୁ ବିମୋହିତ କରୁଛି

0

ଓଡିଆ ନ୍ୟୁଜ୍(ବ୍ୟୁରୋ):  ପୁରୀରେ ଶ୍ରୀମନ୍ଦିର ଦକ୍ଷିଣ ଦ୍ୱାର ନିକଟରେ ପରିକ୍ରମା ପ୍ରକଳ୍ପର ନିର୍ମାଣ କାମ ବୁଲି ଦେଖିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଦକ୍ଷିଣ ଦ୍ୱାର ପଞ୍ଜାବୀ ମଠ ନିକଟରେ ପ୍ରକଳ୍ପର କିଛି ଅଂଶ ନିର୍ମାଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ବରିଷ୍ଠ ଅଧିକାରୀଙ୍କ ସହ ଏହି ନିର୍ମାଣ କାମ ବୁଲି ଦେଖିଥିଲେ ମୁଖ୍ୟମନ୍ତ୍ରୀ । ତାଙ୍କୁ ପ୍ରକଳ୍ପ କାମ ବାବଦରେ ଅବଗତ କରାଇଥିଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ । ପ୍ରକଳ୍ପ ଅଞ୍ଚଳକୁ ରଙ୍ଗବେରଙ୍ଗ ଗଛରେ ସଜାଯାଇଥିବା ବେଳେ ଆଲୋକୀକରଣ କରାଯାଇଛି। ସଂପୂର୍ଣ୍ଣ ଉତ୍କଳୀୟ ଢାଞ୍ଚାରେ ଖଣ୍ଡୋଲାଇଟ୍‌ ପଥରରେ କାମ ହୋଇଛି । ଅତ୍ୟନ୍ତ ସୁନ୍ଦର ଓ ଆକର୍ଷଣୀୟ ଦେଖାଯାଉଥିବା ଏହି ସ୍ଥାନ ସମସ୍ତଙ୍କୁ ବିମୋହିତ କରୁଛି ।

ସେହିପରି ସେଲ୍ଟର ପାଭିଲିୟନ୍ ବୁଲି ଦେଖିବା ସହ ପାଖାପାଖି ୧୫ମିନିଟ୍ ଧରି ନିର୍ମାଣ କାମର ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ। ବାସ୍ତବ ରୂପ ନେଉଛି ନବୀନଙ୍କ ଶ୍ରୀକ୍ଷେତ୍ର ନବକଳେବର ସ୍ବପ୍ନ। ପରିକ୍ରମା ପ୍ରକଳ୍ପ ଅଞ୍ଚଳକୁ ରଙ୍ଗବେରଙ୍ଗ ଗଛରେ ସଜାଯାଇଥିବା ବେଳେ ଆଲୋକୀକରଣ କରାଯାଇଛି। ପ୍ରକଳ୍ପ କାମ ଚାଲିଥିବା ବେଳେ ଏବେଠୁ ଆକର୍ଷଣର କେନ୍ଦ୍ର ପାଲଟିଛି। ପୂର୍ଣ୍ଣାଙ୍ଗ ପ୍ରକଳ୍ପ ଆହୁରି ଚିତାକର୍ଷକ ହେବ ।

cm naveen

ଆସନ୍ତା ୯ମାସ ମଧ୍ୟରେ କାମ ସାରିବାକୁ ଟାର୍ଗେଟ୍ ରଖାଯାଇଛି। ଐତିହ୍ୟ ପ୍ରକଳ୍ପ କାମ ସରିଲେ ଜଗନ୍ନାଥଙ୍କ ସହ ଜଡିତ ବିଭିନ୍ନ ରିତିନୀତି ଓ ପର୍ବପର୍ବାଣୀ ଅତି ସହଜରେ ପାଳନ ହେବ। ପରିକ୍ରମା ପ୍ରକଳ୍ପରେ ପାଞ୍ଚଟି ଜୋନ୍ ରହିଛି। ପ୍ରବେଶ ନିଷେଧ ଜୋନ୍, ଭିତର ପ୍ରଦକ୍ଷିଣ ଜୋନ୍, ଶ୍ରୀମନ୍ଦିର ପରିସର, ବାହାର ପ୍ରଦକ୍ଷିଣ ଜୋନ୍, ଶ୍ରଦ୍ଧାଳୁଙ୍କ ସୁବିଧା ପାଇଁ ଏକ ଜୋନ୍ କରାଯାଇଛି। ଭିତର ପରିକ୍ରମା ପଥ ପାରମ୍ପରିକ ରୀତିନୀତି, ଦେବାଦେବୀଙ୍କ ଶୋଭାଯାତ୍ରା ଓ ଶ୍ରଦ୍ଧାଳୁଙ୍କ ମନ୍ଦିର ପରିକ୍ରମା ପାଇଁ ବ୍ୟବହାର କରାଯିବ। ସବୁଜ ବଳୟରେ କଳାକୃତିରେ ଝଲସିବ ଶ୍ରୀଜଗନ୍ନାଥ ସଂସ୍କୃତିର ଝଲକ। ପ୍ରକଳ୍ପ ପାଇଁ ପ୍ରଥମ ପର୍ୟ୍ୟାୟରେ ୩୩୧.୨୮କୋଟି ଟଙ୍କା ଖର୍ଚ୍ଚ ହେଉଛି।

Leave A Reply

Your email address will not be published.