ଶିବସେନା ନେତା ପଦରୁ ସିନ୍ଦେ ବହିଷ୍କୃତ

0

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ମହାରାଷ୍ଟ୍ର ପାଇଲା ନୂଆ ମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ କଡ଼ା ପଦକ୍ଷେପ ନେଇଛନ୍ତି ଶିବସେନାର ମୁଖ୍ୟ ଉଦ୍ଧବ ଠାକରେ । ଦଳରେ ଥାଇ ବିଦ୍ରୋହ ପାଇଁ ଶିବସେନାର ବରିଷ୍ଠ ନେତା ଏକନାଥ ସିନ୍ଦେଙ୍କୁ ଶିବସେନା ନେତା ପଦରୁ ବହିଷ୍କାର କରାଯାଇଛି । ଫଳରେ ଏକନାଥ ସିନ୍ଦେ ଦଳର କୌଣସି ସଂଗଠନ ସହ ଜଡିତ ରହିପାରିବେ ନାହିଁ । ସୂଚନା ଅନୁଯାୟୀ, ସିନ୍ଦେ ମହାରାଷ୍ଟ୍ର ସରକାର ଭାଙ୍ଗିବାରେ ସହାୟତା କରିଥିବାରୁ ତାଙ୍କୁ ବିଜେପି ମୁଖ୍ୟମନ୍ତ୍ରୀ ପଦ ଦେଇଛି । ଗତ ଗୁରୁବାର ଦିନ ସିନ୍ଦେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିବା ବେଳେ ଶୁକ୍ରବାର ଦିନ ତାଙ୍କ ବିରୋଧରେ କଡ଼ା କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ଶିବସେନା ପ୍ରମୁଖ ଉଦ୍ଧବ ଠାକରେ ।

ଏନେଇ ଉଦ୍ଧବ ଏକ ଚିଠି ଜାରି କରିଥିବା ବେଳେ ଚିଠିରେ ଦଳ ବିରୋଧୀ କାର୍ୟ୍ୟରେ ସିନ୍ଦେ ଲିପ୍ତ ରହିଥିବା ସେ ଦର୍ଶାଇଛନ୍ତି । ଏଥିପାଇଁ ଉଦ୍ଧବ ତାଙ୍କୁ ଦଳରୁ ବହିଷ୍କାର କରିଛନ୍ତି ବୋଲି ସେ ଚିଠିରେ ଉଲ୍ଲେଖ କରିଛନ୍ତି । ବିଭିନ୍ନ ପ୍ରକାର ନିଷ୍ପତ୍ତି ନେବାକୁ ଶିବଶେନାରେ ୧୧ ଜଣିଆ କମିଟି ରହିଥିଲା । ସେହି କମିଟିର ସଦସ୍ୟ ଥିଲେ ଏକନାଥ ସିନ୍ଦେ । ହେଲେ ଏକନାଥ ସିନ୍ଦେଙ୍କ ନେତ୍ୱତୃରେ ଶିବଶେନାର ୪୦ଜଣ ବିଧାୟକ ମହାରାଷ୍ଟ୍ରରେ ଗଠନ ହୋଇଥିବା ମହା ବିକାଶ ଅଘାଡ଼ି ସରକାର ବିରୋଧରେ ବିଦ୍ରୋହ ଘୋଷଣା କରିଥିଲେ। ଫଳରେ ଦଳ ବିରୋଧୀ କାର୍ଯ୍ୟ କରିଥିବା ଦର୍ଶାଇ ଏକନାଥ ସିନ୍ଦେଙ୍କୁ ଶିବସେନାରୁ ବହିଷ୍କାର କରିଛନ୍ତି ଉଦ୍ଧବ ଠାକରେ ।

Leave A Reply

Your email address will not be published.